
କେନ୍ଦ୍ରାପଡ଼ା, ୧୫ ଜାନୁଆରୀ(ହି.ସ.) – କେନ୍ଦ୍ରାପଡା ଜିଲ୍ଲାର ଆଦର୍ଶ ଶିକ୍ଷକ ତଥା କଂସାର ଏଣ୍ଡରର ମୁରବୀ ବିଦ୍ୟାଧର ଜେନାଙ୍କର ୯୬ ବର୍ଷ ବୟସରେ ପରଲୋକ ହୋଇଯାଇଛି। ୧୯୩୧ ମସିହାରେ ଜନ୍ମ ଗ୍ରହଣ କରିଥିବା ସ୍ୱର୍ଗତ ଜେନା ସ୍ୱାଧିନତା ଆନ୍ଦୋଳନରେ ସାମିଲ ହେବାପରେ ଶିକ୍ଷକ ଭାବେ କାର୍ଯ୍ୟ କରି ବୃତି ଆରମ୍ଭ କରିଥିଲେ। ଜଣେ ଆଦର୍ଶ ଓ ନୀତିନିଷ୍ଠ ଶିକ୍ଷକ ଭାବେ ସୁନାମ ଅର୍ଜନ କରିଥିଲେ। କିଛିଦିନ ହେବ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଜି ସକାଳେ ପରଲୋକ ହୋଇଯାଇଛି। ଖବରପାଇ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ବ୍ଲକ ଅଧ୍ୟକ୍ଷା, ପୈାରଅଧ୍ୟକ୍ଷା ସରିତା ସାହୁ, ସମାଜସେବୀ ରଂଜିତ କୁମାର ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ଶିକ୍ଷାବିତ୍, ସମାଜସେବୀ ପ୍ରମୁଖ ତାଙ୍କ ବାସ ସ୍ଥାନରେ ପହଁଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ତାଙ୍କ ମର ଶରୀରକୁ ଗ୍ରାମ ଶ୍ମଶାନରେ ସଂସ୍କାର କରାଯାଇ ଥିଲା। ଓସ୍ତପୁର ସୋସାଇଟର ସଭାପତି ତଥା ବଡ ପୁଅ ପ୍ରଦ୍ୟୁମ୍ନ କୁମାର ଜେନା ମୁଖାଗି୍ନ ଦେଇଥିଲେ ।
.......................................
ହିନ୍ଦୁସ୍ଥାନ ସମାଚାର / ରବି