ଜାତୀୟ ସଡ଼କ ସୁରକ୍ଷା ମାସ ପାଇଁ ସଚେତନତା
ନୂଆପଡ଼ା,୧୫ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ବୋଡ଼େନ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ, ଆଞ୍ଚଳିକ ପରିବହନ ପ୍ରାଧିକାରୀ ଓ ବୋଡ଼େନ ପୋଲିସ ତରଫରୁ ଜାତୀୟ ସଡକ ସୁରକ୍ଷା ମାସ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବିଡିଓ ସୁଶାନ୍ତ କୁ
Jatiya sadak surakya


ନୂଆପଡ଼ା,୧୫ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ବୋଡ଼େନ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ, ଆଞ୍ଚଳିକ ପରିବହନ ପ୍ରାଧିକାରୀ ଓ ବୋଡ଼େନ ପୋଲିସ ତରଫରୁ ଜାତୀୟ ସଡକ ସୁରକ୍ଷା ମାସ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବିଡିଓ ସୁଶାନ୍ତ କୁମାର ରଣା, ଏମଭିଆଇ ବିଜୟ କୁମାର ପରିଡ଼ା, ପୋଲିସ ଏସଆଇ ମଞ୍ଜୁଲତା ଖଡେଙ୍ଗା, ସରପଞ୍ଚ ରଶ୍ମିତା ସିହ୍ନା ମଞ୍ଚାସିନ ରହିଥିଲେ । ଅମୂଲ୍ୟ ଜୀବନକୁ ସୁରକ୍ଷିତ ରଖିବାକୁ ଆମର ଦାୟିତ୍ବ କ'ଣ ହେବା ଦରକାର, କେଉଁ ସବୁ ନୀତିନିୟମକୁ ପାଳନ କରିଲେ ଆମେ ନିଜେ ଓ ଆମ ପରିବାର ସୁରକ୍ଷିତ ରହିବ ତା'ପାଇଁ ଏମଭିଆଇ ବିଜୟ କୁମାରଙ୍କ ସମେତ ସମସ୍ତ ମଞ୍ଚାସିନ ଅଧିକାରୀ ବିଭିନ୍ନ ନିରାକରଣ ଓ ଉପଚାର ତଥା ଦଣ୍ଡ ବିଧି ଉପରେ ଆଲୋଚନା କରି ଉପସ୍ଥିତ ସମସ୍ତଙ୍କୁ ସଚେତନ କରିଥିଲେ । ନିଜେ ସଚେତନ ହେବା ସହିତ ଅନ୍ୟ ମାନଙ୍କୁ ସଚେତନ କରିବାକୁ ଅନୁରୋଧ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande