ଖୋର୍ଦ୍ଧାରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗଙ୍କ ଜନ ଶୁଣାଣି ଶିବିର ଏବଂ କ୍ୟାମ୍ପ କୋର୍ଟ
ଖୋର୍ଦ୍ଧା, ୧୫ ଜାନୁଆରୀ (ହି.ସ.)- ଗୁରୁବାର ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗଙ୍କ ଜନ ଶୁଣାଣି ଶିବିର ଜିଲ୍ଲାପାଳଙ୍କ ଜୟୀରାଜଗୁରୁ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏହି ଶିବିରରେ ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର, ସଭ୍ୟା କସ୍ତୁରୀ ମିଶ୍ର ଏବଂ ସଭ୍ୟା ଚନ୍ଦନା ଦାସ ପ୍ରମୁଖ ଉପସ୍ଥି
କ୍ୟାମ୍ପ କୋର୍ଟ


ଖୋର୍ଦ୍ଧା, ୧୫ ଜାନୁଆରୀ (ହି.ସ.)- ଗୁରୁବାର ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗଙ୍କ ଜନ ଶୁଣାଣି ଶିବିର ଜିଲ୍ଲାପାଳଙ୍କ ଜୟୀରାଜଗୁରୁ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏହି ଶିବିରରେ ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର, ସଭ୍ୟା କସ୍ତୁରୀ ମିଶ୍ର ଏବଂ ସଭ୍ୟା ଚନ୍ଦନା ଦାସ ପ୍ରମୁଖ ଉପସ୍ଥିତ ରହି ଶିଶୁ ସୁରକ୍ଷା ସମ୍ପର୍କିତ ଅଭିଯୋଗ ମାନର ଜନ ଶୁଣାଣି କରିଥିଲେ । ଏହି ଜନଶୁଣାଣି ଶିବିରରେ ମୋଟ ୪୮ଟି ଅଭିଯୋଗ ଗ୍ରହଣ କରାଯାଇଅଛି । ତନ୍ମଧ୍ୟରୁ ୧ଟି ଶିଶୁ ଚାଲାଣ, ୨ଟି ଯୌନ ଉପୀଡନ, ୧୧ ଗୋଟି ଆଧାର କାର୍ଡ, ୨ଟି ଭିନକ୍ଷମ ଭତ୍ତା, ୨ଟି ଜନ୍ମ ପ୍ରମାଣ ପତ୍ର, ନିଶା ନିବାରଣ ୧ଟି ଏବଂ ୨୯ ଟି ଆର୍ଥିକ ସହାୟତା ନିମନ୍ତେ ଗ୍ରହଣ କରାଯାଇ ଯଥା ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଅଛି । ଅପରାହ୍ନରେ କ୍ୟାମ୍ପ କୋର୍ଟ ମାଧ୍ୟମରେ ୨୦ ଗୋଟି ଶିକ୍ଷା ଅଧିକାର ଉଲ୍ଲଙ୍ଘନ ଅଭିଯୋଗର ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଅଛି । ଏହି ଶିବିରକୁ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ପରିଚାଳନା କରିଥିଲେ । ଡେପୁଟି ଜିଲ୍ଲାପାଳ ଶ୍ରିତପା ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା ମାନେ ପରିଚାଳନାରେ ସହଯୋଗ କରିଥିଲେ ।

ଏହି ଜନ ଶୁଣାଣି ଏବଂ କ୍ୟାମ୍ପ କୋର୍ଟରେ ଜିଲ୍ଲା ସମାଜ ମଙ୍ଗଳ ଅକାରୀ କୁସୁମ ପ୍ରହରାଜ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରଶ୍ମୀବାଳା ପରିଡା, ଖୋର୍ଦ୍ଧା ଅତିରିକ୍ତ ବ୍ଲକ ଶିକ୍ଷା ଅକାରୀ ଭରତ ଚନ୍ଦ୍ର ପ୍ରଧାନ, ବାଲିପାଟଣା ବ୍ଲକ ଶିକ୍ଷା ଅଧିକାରୀ ଡଃ ପ୍ରଭାତ କୁମାର ରଥ , ଡି ଏସ ପି ସ୍ମିତା ମଞ୍ଜରି ମଲ୍ଲିକ ଏବଂ ଅନ୍ୟାନ୍ୟ ଜିଲ୍ଲାର ପଦାଧିକାରୀ ମାନେ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande