କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ପ୍ରଦର୍ଶନୀ କର୍ମଶାଳା ଉଦଯାପିତ
ନୂଆପଡା, ୧୫ ଜାନୁଆରୀ (ହି.ସ.)- ଦୁଇ ଦିନ ବ୍ୟାପୀ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଡୁଆଝର ଠାରେ କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ପ୍ରଦର୍ଶନୀ କର୍ମଶାଳା ଆଞ୍ଚଳିକ ସାଧନ କେନ୍ଦ୍ର ପ୍ରକୋଷ୍ଠରେ ଆଜି ଉଦଯାପିତ ହୋଇଯାଇଛି। ଏହି କର୍ମଶାଳାରେ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକ
Cluster level meeting


ନୂଆପଡା, ୧୫ ଜାନୁଆରୀ (ହି.ସ.)- ଦୁଇ ଦିନ ବ୍ୟାପୀ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଡୁଆଝର ଠାରେ କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ପ୍ରଦର୍ଶନୀ କର୍ମଶାଳା ଆଞ୍ଚଳିକ ସାଧନ କେନ୍ଦ୍ର ପ୍ରକୋଷ୍ଠରେ ଆଜି ଉଦଯାପିତ ହୋଇଯାଇଛି। ଏହି କର୍ମଶାଳାରେ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ପରେଶ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷକମାନଙ୍କୁ ଶ୍ରେଣୀଗୃହରେ ଶିକ୍ଷଣ ସାମଗ୍ରୀ ବ୍ୟବହାରର ଗୁରୁତ୍ୱ ଓ ଏହା ଦ୍ଵାରା ପାଠ୍ୟଦାନ ପ୍ରକ୍ରିୟାକୁ କିଭଲି ଆକର୍ଷଣୀୟ କରାଯାଇପାରେ ସେହି ବିଷୟରେ ଦିଗଦର୍ଶନ ଦେଇଥିଲେ ।

ଏହି କର୍ମଶାଳାର ଆୟୋଜନ ଡୁଆଝର ସିଆରସିସି ପ୍ରଫୁଲ୍ଲ କୁମାର ବେହେରାଙ୍କ ତତ୍ତ୍ଵାବଧାନରେ ହୋଇଥିଲା। ଏଠି ପ୍ରଶିକ୍ଷକ ଭାବେ ହେମନ୍ତ ମେହେର ଉପସ୍ଥିତ ରହି ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ କିଭଳି ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବା ସେହି ବିଷୟରେ ପ୍ରଶିକ୍ଷଣ ଦେଇଥିଲେ। କର୍ମଶାଳାରେ ଡୁଆଝର କ୍ଲଷ୍ଟରର ୧୦ଟି ବିଦ୍ୟାଳୟରୁ ୪୪ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଂଶଗ୍ରହଣ କରିଥିଲେ। ଏହି କର୍ମଶାଳାରେ ବରଗାଁ ସିଆରସିସି ଓମ୍ ପ୍ରକାଶ ଦଣ୍ଡସେନା ଏବଂ ଚଲାନପଡ଼ା ସିଆରସିସି ବିଶ୍ଵାମିତ୍ର ବନଛୋର ମଧ୍ୟ ଉପସ୍ଥିତ ଥିଲେ । କର୍ମଶାଳାରେ ଅଂଶଗ୍ରହଣ କରିଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସିଆରସିସି ପ୍ରଫୁଲ୍ଲ କୁମାର ବେହେରା ଧନ୍ୟବାଦ ଅର୍ପଣ କରିବା ସହ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande