
ଗଞାମ, ୧୫ ଜାନୁଆରୀ (ହି.ସ.)-ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବ୍ରହ୍ମପୁର ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ପ୍ରତିବର୍ଷ ପରି ବ୍ୟାସକବି ଫକୀର ମୋହନ ଜୟନ୍ତୀ ସିଦ୍ଧାର୍ଥ ନଗର ମୁଖ୍ୟରାସ୍ତା ସ୍ଥିତ ହିମାନୀ ସେଲିବ୍ରସନ ପରିସରରେ ପାଳନ କରାଯାଇଥିଲା | ଫକୀର ମୋହନଙ୍କ ତୈଳଚ୍ଚିତ୍ରରେ ପୁଷ୍ପ ପ୍ରଦାନ ଓ ଧୂପ ପ୍ରଜ୍ବଳନ ପୂର୍ବକ ଏହି କାର୍ଯ୍ୟକ୍ରମର ଉଦଘାଟନ ପରେ ସମୂହ ଭାବେ ପ୍ରାରମ୍ଭିକ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା | ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପୂଜ୍ୟ ପୂଜା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଡକ୍ଟର ବନମାଳୀ ପାଣିଗ୍ରାହୀ ଓ ମୁଖ୍ୟବକ୍ତା ଦେବି ପ୍ରସାଦ ମହାପାତ୍ର ଯୋଗଦେଇ ବ୍ୟାସ କବି ଫକୀର ମୋହନ ସେନାପତିଙ୍କ କାଳଜୟୀ ସାହିତ୍ୟତ୍କୃତି ଓ ଦେଶପ୍ରେମ ବିଷୟରେ ଆଲୋକପାତ କରିଥିଲେ |
ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ମହମଦ ଆସଲାମ, ବରିଷ୍ଠ ସଦସ୍ୟ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଉପସଭାପତି ମହେନ୍ଦ୍ର ନାଥ ସାହୁ ଓ ହରମୋହନ ପାଣିଗ୍ରାହୀ, ସାଙ୍ଗଠନିକ ସମ୍ପାଦକ ପାର୍ବତୀ ପ୍ରସାଦ ପାଢ଼ୀ, କୋଷାଧକ୍ଷ ସୁନୀଲ କୁମାର ସାହୁ,, ସୁବାସ ଚନ୍ଦ୍ର ପଟନାୟକ, କେ ଧର୍ମରାଓ, ମିଳନ କୁମାର, ସନ୍ତୋଷ ରେଡି ପ୍ରମୁଖ ଫକୀର ମୋହନଙ୍କ ଲେଖାରେ ସମସାମୟିକ ସମାଜର କୁସଂସ୍କାର ନିଷ୍ପେସିତ ଜନତାଙ୍କ ଦୁର୍ଦଶା, ଆଧୁନିକ ତଥକଥିତ ସଭ୍ୟ ବ୍ୟକ୍ତିଙ୍କ ଅହଂକାର ଓ ଦୁର୍ବ୍ୟବହାର ବିଷୟ ଜୀବନ୍ତ ହୋଇଥିବା କହିଥିଲେ |
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ