
ଗଞାମ, ୧୫ ଜାନୁଆରୀ (ହି.ସ.)- ଗୋପାଳପୁର ବେଳାଭୂମି ଉତ୍ସବ ପୂର୍ବରୁ ଡିସେମ୍ବର ମାସରେ ହେଉଥିବା ବେଳେ ଚଳିତ ବର୍ଷ ଏହାର ବ୍ଯତିକ୍ରମ ହୋଇଛି ।ପୂର୍ତରୁ ଏହା ଆସନ୍ତା ୨୨ରୁ ହେବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏହାର ସମୟକୁ ପୁଣି ପରିବର୍ତନ କରାଯାଇ ଆସନ୍ତା ୨୭ରୁ ୩୦ ତାରିଖ ଯାଏ ଗୋପାଳପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ବେଳାଭୂମି ମହୋତ୍ସବ ଅଧ୍ଧକ୍ଷ ତଥା ମନ୍ତ୍ରୀ ବିଭୁତି ଭୂଷଣ ଯେନା। ରାଜ୍ୟପାଳ ଡଃ. ହରିବାବୁ କମ୍ବବପତି ଉତ୍ସବକୁ ଉଦଘାଟନ କରିବେ ଓ ଉଦଯାପନ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣମାଝି ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ