ଚାଲିଗଲେ ବଲାଙ୍ଗୀର ମାଟିର ଲୋକ ଗୀତ ଗାୟିକା କୁନି ଛତ୍ରିଆ
ବଲାଙ୍ଗୀର, ୧୫ ଜାନୁଆରୀ(ହି.ସ.) – ଚାଲିଗଲେ ବଲାଙ୍ଗୀର ମାଟିର ଲୋକ ଗୀତ ଗାୟିକା କୁନି ଛତ୍ରିଆ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିବା କୁହାଯାଉଛି। ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବଲାଙ୍ଗୀର ମେଡ଼ିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତି କରାଯାଇଥିବାବେଳେ ତାଙ୍କ ଅବସ୍ଥା ଜଟିଳ ହେବାର
ଚାଲିଗଲେ ବଲାଙ୍ଗିର ମାଟିର ଲୋକ ଗୀତ ଗାୟିକା କୁନି ଛତ୍ରିଆ


ବଲାଙ୍ଗୀର, ୧୫ ଜାନୁଆରୀ(ହି.ସ.) – ଚାଲିଗଲେ ବଲାଙ୍ଗୀର ମାଟିର ଲୋକ ଗୀତ ଗାୟିକା କୁନି ଛତ୍ରିଆ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିବା କୁହାଯାଉଛି। ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବଲାଙ୍ଗୀର ମେଡ଼ିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତି କରାଯାଇଥିବାବେଳେ ତାଙ୍କ ଅବସ୍ଥା ଜଟିଳ ହେବାରୁ ତାଙ୍କୁ ବୁର୍ଲା ଭୀମସାର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଦୀର୍ଘ ସାତଦିନ ଧରି ସେ ଚିକିତ୍ସିତ ହେଉଥିଲେ ମଧ୍ୟ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗୀର ଜିଲ୍ଲା ତୁଷୁରା ମାଟିର କଳାକାର କୁନି ଛତ୍ରିଆ ସାରା ଜିଲ୍ଲା ତଥା ସାରା ଓଡ଼ିଶାରେ ଘୁଡୁକା ନୃତ୍ୟ ପରିବେଷଣ କରିବା ସହ ଲୋକଗୀତ ଗାଇ ବେଶ୍ ସୁନାମ ଅର୍ଜନ କରିଥିଲେ। ତୁଷୁରାର ସାନବଡ ଘୁଡୁକା ଦଳକୁ ଜାତୀୟ ସ୍ତର ପର୍ଯ୍ୟନ୍ତ ପହଂଚାଇବାରେ ତାଙ୍କ ଅମ୍ଲାନ ପ୍ରତିଭାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଆଲୋଚନା ହେଉଛି। ତାଙ୍କ ବିୟୋଗରେ ସାରା ବଲାଙ୍ଗୀର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande