
ନୂଆପଡ଼ା, ୧୫ ଜାନୁଆରୀ (ହି.ସ.)- ନୂଆପଡା ଜିଲ୍ଲା ଖଡ଼ିଆଳ ସହର ନିକଟସ୍ଥ ତିଖାଲି ଡ୍ୟାମ ଅଞ୍ଚଳ | ବର୍ତ୍ତମାନ ତାହା ଆବର୍ଜନା କୁଣ୍ଡରେ ପରିଣତ ହୋଇଛି । ବଣଭୋଜି କରି ଖୁବ୍ ଉପଭୋଗ କଲେ ପର୍ଯ୍ୟଟକ, ହେଲେ ଯିବା ବେଳକୁ ସଫେଇ କରିବାକୁ ଆଦୌ ଧ୍ୟାନ ଦେଲେ ନାହିଁ | ଯାହାଫଳରେ ପ୍ରଦୂଷିତ ହୋଇଛି ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ସହର ନିକଟସ୍ଥ ତିଖାଲି ଡ୍ୟାମ ଅଞ୍ଚଳ | ବର୍ତ୍ତମାନ ତାହା ଆବର୍ଜନା କୁଣ୍ଡରେ ପରିଣତ ହୋଇଛି।
ତିଖାଲି ଡ୍ୟାମ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣର କେନ୍ଦ୍ର ପାଲଟିଛି। ବର୍ଷ ତମାମ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି । ଏହି କାରଣରୁ ରାଜ୍ୟ ସରକାର ବଗିଚା, ଜଳେଶ୍ଵର ଶିବ ମନ୍ଦିର, ସୁନ୍ଦର ରାସ୍ତା, ନୌକ ଚାଳନା, ଜଙ୍ଗଲରେ ଗଛ ଲଗାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ବଗିଚା ସହ ଭୋଜିଭାତ ପାଇଁ ସୁବିଧା କରିଛନ୍ତି । ପର୍ଯ୍ୟଟକମାନେ ଡ୍ୟାମ୍ ବୁଲିବା ସହ ବଣଭୋଜି କରୁଛନ୍ତି । ହେଲେ ସେହି ପର୍ଯ୍ୟଟକ ମାନେ ପ୍ଲାଷ୍ଟିକ ବ୍ୟବହାର କରି ପ୍ରକୃତିକୁ ଖରାପ କରିବାକୁ ପଛାଇ ନାହାନ୍ତି। ଅଇଁଠା ଖଲିଦନା, ପଲିଥିନ୍, ମଦ ବୋତଲ ଇତ୍ୟାଦି ଫିଙ୍ଗି ଦେଇଛନ୍ତି। ଫଳରେ ତିଖାଲି ଡ୍ୟାମ ପାର୍ଶ୍ଵରେ ଥିବା ପଡିଆର ସବୁ ସ୍ଥାନରେ କୁଢ଼କୁଢ଼ ପ୍ଲାଷ୍ଟିକ ପଡ଼ି ରହିଛି। ତିଖାଲି ଡ୍ୟାମ୍ ଅଞ୍ଚଳ ଖଡ଼ିଆଳ ବ୍ଲକ୍ ସାନ ମହେଶ୍ବର ପଞ୍ଚାୟତ ଅଧୀନରେ ରହିଛି। ତେଣୁ ପଞ୍ଚାୟତ ଓ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ