ଜିଲ୍ଲାରେ ଡିଜିଟାଲ ଫସଲ ସର୍ଭେ ଓ ରବି ଋତୁ ନିମନ୍ତେ ବୈଠକ
କେନ୍ଦ୍ରାପଡ଼ା, ୧୫ ଜାନୁଆରୀ(ହି.ସ.) – କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ତରଫରୁ ଜିଲ୍ଲା ସମ୍ମିଳନୀ କକ୍ଷରେ କେନ୍ଦ୍ରାପଡା ଜିଲ୍ଲାରେ ଡିଜିଟାଲ ଫସଲ ସର୍ଭେ ଓ ରବି ଋତୁ ୨୦୨୫-୨୬ ନିମନ୍ତେ ପ୍ରସ୍ତୁତିକରଣ ବୈଠକ ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି
---------------ଜିଲ୍ଲାରେ ଡିଜିଟାଲ ଫସଲ ସର୍ଭେ ଓ ରବି ଋତୁ ନିମନ୍ତେ ବୈଠକ


କେନ୍ଦ୍ରାପଡ଼ା, ୧୫ ଜାନୁଆରୀ(ହି.ସ.) – କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ତରଫରୁ ଜିଲ୍ଲା ସମ୍ମିଳନୀ କକ୍ଷରେ କେନ୍ଦ୍ରାପଡା ଜିଲ୍ଲାରେ ଡିଜିଟାଲ ଫସଲ ସର୍ଭେ ଓ ରବି ଋତୁ ୨୦୨୫-୨୬ ନିମନ୍ତେ ପ୍ରସ୍ତୁତିକରଣ ବୈଠକ ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା କୃଷି ଅଧିକାରୀ ସୁରେଶ ଚନ୍ଦ୍ର ମଲିକଙ୍କ ସଂଯୋଜନା ରେ ସମସ୍ତ କୃଷି ଆନୁସଙ୍ଗୀକ ବିଷୟ ଆଲୋଚନା ହୋଇଥିଲା। ଏହି ବୈଠକରେ ଜଳସେଚନ, ବିହନ ଯୋଗାଣ, ଚାଷୀମାନଙ୍କ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରା ଯାଇଥିଲା। ଡିଜିଟାଲ ଫସଲ ଅନୁଧ୍ୟାନ ସଂପର୍କରେ ଆଲୋଚନା କରାଯାଇ କିପରି ଅଧିକ ଭାବରେ ଜମିକୁ ଅନୁଧ୍ୟାନ କରାଯାଇ କେତେ ପରିମାଣରେ କେଉଁ କେଉଁ ଫସଲ ଚାଷ ହେଉଛି ସେ ବାବଦରେ ଉପସ୍ଥିତ ଥିବା ୯ଟି ବ୍ଲକର ମଣ୍ଡଳ କୃଷି ଅଧିକାରୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande