ଗୋକର୍ଣ୍ଣିକା ନୂତନବର୍ଷ ସଂଖ୍ୟା ଉନ୍ମୋଚନ ଉତ୍ସବ
ଧର୍ମଶାଳା,୧୫ଜାନୁଆରୀ(ହି.ସ.) - ଯାଜପୁର ଜିଲାଗୋକର୍ଣ୍ଣିକା ନୂତନ ବର୍ଷ ସଂଖ୍ୟା ଉନ୍ମୋଚନ ଉତ୍ସବ ମୁଖ୍ୟ ସଂପାଦକ ଡକ୍ଟର ରମାକାନ୍ତ ଜେନାଙ୍କ ସଭାପତିତ୍ୱରେ କାର୍ଯ୍ୟାଳୟ ପରିସର ଜାରକାଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ୱାର୍କସ ଜଲେଜ ଜାମସେଦପୁର ପ୍ରଫେସର ପ୍ରଖ୍ୟାତ ଗାଳ୍ପିକ ଡ. ସତ୍ୟପ୍
ଗୋକର୍ଣ୍ଣିକା ନୂତନବର୍ଷ ସଂଖ୍ୟା ଉନ୍ମୋଚନ ଉତ୍ସବ


ଧର୍ମଶାଳା,୧୫ଜାନୁଆରୀ(ହି.ସ.) - ଯାଜପୁର ଜିଲାଗୋକର୍ଣ୍ଣିକା ନୂତନ ବର୍ଷ ସଂଖ୍ୟା ଉନ୍ମୋଚନ ଉତ୍ସବ ମୁଖ୍ୟ ସଂପାଦକ ଡକ୍ଟର ରମାକାନ୍ତ ଜେନାଙ୍କ ସଭାପତିତ୍ୱରେ କାର୍ଯ୍ୟାଳୟ ପରିସର ଜାରକାଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ୱାର୍କସ ଜଲେଜ ଜାମସେଦପୁର ପ୍ରଫେସର ପ୍ରଖ୍ୟାତ ଗାଳ୍ପିକ ଡ. ସତ୍ୟପ୍ରିୟ ମହାଳିକ, ମୁଖ୍ୟବକ୍ତା ଭାବେ ଡକ୍ଟର ଦେବାନନ୍ଦ ଦାସ ଓ ସମ୍ମାନିତ ଅତିଥି ଭାବେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ରାଜ୍ୟ ସଂପାଦକ ଡ. ସନ୍ତୋଷ କୁମାର ମହାପାତ୍ର ଯୋଗ ଦେଇ ଗୋକର୍ଣ୍ଣିକା ନବବର୍ଷ ସଂଖ୍ୟାକୁ ଉନ୍ମୋଚନ କରିଥିଲେ। କାର୍ଯ୍ୟକାରୀ ସଭାପତି ଡ. ରୁଦ୍ରନାରାୟଣ ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଗୋକର୍ଣ୍ଣିକା ସଂପାଦନା ମଣ୍ଡଳୀ ସଦସ୍ୟ ଡକ୍ଟର ମହେଶ୍ୱର ପାଢ଼ୀ ସୂଚନା ଦେଇଥିଲେ। ପୂର୍ବତନ ସଂପାଦକ ହୃଷୀକେଶ ସାମଲ ମଂଚ ଆମନ୍ତ୍ରଣ କରିଥିବାବେଳେ ଗୋକର୍ଣ୍ଣିକାର ଇତିହାସ ସଂପର୍କରେ ଡକ୍ଟର ରବୀନ୍ଦ୍ର ବିହାରୀ, ଡକ୍ଟର ଗୌତମ ଜେନା, ସ୍ତମ୍ଭକାର ସୁନାକର ସାହୁ, ପଣ୍ଡିତ ବ୍ରଜ କିଶୋର ଦାଶ, ଅଧ୍ୟାପ ବିଜୟ କୁମାର ନାୟକ, ଗାୟତ୍ରୀ ନାୟକ,ପ୍ରହଲ୍ଲାଦ ପଣ୍ଡା, ଧର୍ମଶାଳା ସାହିତ୍ୟ ସମାଜ ପୂର୍ବତନ ସଭାପତି କାହ୍ନୁଚରଣ ଦାଶ, ପ୍ରାଧ୍ୟାପକ ସନ୍ତୋଷ କୁମାର ବେହେରା ଆଲୋଚନା କରିଥିଲେ। ଉପସଭାପତି ସଂଗ୍ରାମ କେଶରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande