ଲିଙ୍ଗରାଜ ଉପବାସ ରହିବା ପାଇଁ ଦେବୋତ୍ତର ବିଭାଗ ଦାୟୀ- ବ୍ରାହ୍ମଣ ନିଯୋଗ
ଭୁବନେଶ୍ୱର, 15 ଜାନୁଆରି (ହି.ସ.)- ଦୁଇ ଦିନ ଓପାସରେ ରହିଲେ ପ୍ରଭୁ ଶ୍ରୀଲିଙ୍ଗରାଜ । ଏହାପରେ ସ୍ୱାଭାବିକ ହୋଇଛି ପ୍ରଭୁଙ୍କ ନୀତିକାନ୍ତି । ମଙ୍ଗଳ ଆଳତି ପରେ ବର୍ତ୍ତମାନ ଚାଲିଛି ଧାଡ଼ି ଦର୍ଶନ । ତେବେ ପ୍ରଭୁ ଲିଙ୍ଗରାଜଙ୍କ ଉପାସ ପାଇଁ ଦେବୋତ୍ତର ବିଭାଗକୁ ଦୋଷ
ଲିଙ୍ଗରାଜ ଉପବାସ ରହିବା     ପାଇଁ ଦେବୋତ୍ତର ବିଭାଗ ଦାୟୀ- ବ୍ରାହ୍ମଣ ନିଯୋଗ


ଭୁବନେଶ୍ୱର, 15 ଜାନୁଆରି (ହି.ସ.)- ଦୁଇ ଦିନ

ଓପାସରେ ରହିଲେ ପ୍ରଭୁ ଶ୍ରୀଲିଙ୍ଗରାଜ । ଏହାପରେ ସ୍ୱାଭାବିକ ହୋଇଛି ପ୍ରଭୁଙ୍କ ନୀତିକାନ୍ତି । ମଙ୍ଗଳ ଆଳତି ପରେ ବର୍ତ୍ତମାନ ଚାଲିଛି

ଧାଡ଼ି ଦର୍ଶନ ।

ତେବେ ପ୍ରଭୁ ଲିଙ୍ଗରାଜଙ୍କ

ଉପାସ ପାଇଁ ଦେବୋତ୍ତର ବିଭାଗକୁ ଦୋଷ ଦେଲା ବ୍ରାହ୍ମଣ ନିଯୋଗ । ଗତ ୨୪ ବର୍ଷ ଯାଏଁ କ୍ଷୀର

ଆଉଟା ନୀତି କରି ଆସୁଥିଲା ବ୍ରାହ୍ମଣ ନିଯୋଗ । ୨୦୨୫ ରେ ବିରୋଧ କଲା ବଡୁ ନିଯୋଗ । ଯାହାର

ପ୍ରଭାବ ପଡ଼ିଲା ୨୦୨୬ ରେ ବୋଲି କହିଛନ୍ତି ବ୍ରାହ୍ମଣ ନିଯୋଗ । ତେବେ ସେବା ଅଧିକାର ପାଇଁ ବଡୁ

ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ବିବାଦ ଲାଗିଲା , ହେଲେ ମଧ୍ୟସ୍ଥି ହୋଇ ସମାଧାନ ପାଇଁ କେହି ନାହାନ୍ତି । ରାତା ରାତି ଚିଠି କଲେ ହେବନି ଯିଏ

ନୀତି ଜାଣିଛି ତାଙ୍କୁ ଦାୟିତ୍ବ ଦେଲେ ସମାଧାନ ହେବ । ଲିଙ୍ଗରାଜ ଉପବାସ ରହିବା ପାଇଁ ଦାୟୀ

ହେଉଛି ଦେବୋତ୍ତର ବିଭାଗ ବୋଲି କହିଛି ବ୍ରାହ୍ମଣ ନିଯୋଗ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande