
ଭୁବନେଶ୍ୱର, ୧୫ ଜାନୁୟାରୀ (ହି.ସ)- ଭୁବନେଶ୍ୱର ସାଲିଆସାହିରେ ଡ୍ରେନର ଖସିପଡି ଯୁବକଙ୍କ ଜୀବନ ଚାଲିଯାଇଛି । ମୃତ ଯୁବକ ହେଲେ ସାଲିଆସାହି ବସ୍ତିର ସିନୁ ଗାଗରାଇ। ବିଏମସି ତରଫରୁ ନୂଆ ରାସ୍ତା ପାଇଁ କାମ ଚାଲିଥିବା ବେଳେ ରାସ୍ତା କଡ ଡ୍ରେନରେ ଯୁବକଙ୍କ ଗୋଡଖସି ଯିବାରୁ ସେ ପଡିଯାଇଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ବେଳେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା