
ଗଞାମ, ୧୬ ଜାନୁଆରୀ (ହି.ସ.)- ହିଞ୍ଜିଳିକାଟୁ ଥାନାର ଆଙ୍କୋରଡା ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢଉ କରି ୪ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩୪ ହଜାର ନଗଦ ଟଙ୍କା ଜବତ କରିଛି । ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା ରୁଜୁ କରାଯାଇ ଗିରଫ ଚାରି ଜଣ ଜୁଆଡିଙ୍କୁ କୋର୍ଟଚାଲାଣ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ