ସନାତନ ମହାକୁଡ କଣ ବିଶ୍ବାସ ଘାତକ କାର୍ଯ୍ୟ କରିଛନ୍ତି ମୁଁ ଜାଣିନାହିଁ – ଅଭିମନ୍ୟୁ ସେଠୀ
ଭୁବନେଶ୍ୱର, 16 ଜାନୁଆରୀ (ହି.ସ.) ସନାତନ ମହାକୁଡ କଣ ବିଶ୍ବାସ ଘାତକ କାର୍ଯ୍ୟ କରିଛନ୍ତି ମୁଁ ଜାଣିନାହିଁ। ଦଳ ସଭାପତି ଙ୍କ ପାଖକୁ କଣ ତଦନ୍ତ ରିପୋର୍ଟ ଆସିଥିବ । ଏହା ଦ୍ୱାରା ଦଳକୁ କ୍ଷତି ହେବ ନାହିଁ । ଆନନ୍ଦପୁର ବିଜେଡ଼ି ବିଧାୟକ ଅଭିମନ୍ୟୁ ସେଠି ସନାତନ ମହାକୁଡଙ୍କ ନିଲମ୍ବନ ପରେ ପ୍ରତିକ୍ରି
ସନାତନ ମହାକୁଡ କଣ ବିଶ୍ବାସ ଘାତକ କାର୍ଯ୍ୟ କରିଛନ୍ତି ମୁଁ ଜାଣିନାହିଁ – ଅଭିମନ୍ୟୁ ସେଠୀ


ଭୁବନେଶ୍ୱର, 16 ଜାନୁଆରୀ (ହି.ସ.) ସନାତନ ମହାକୁଡ କଣ ବିଶ୍ବାସ ଘାତକ କାର୍ଯ୍ୟ କରିଛନ୍ତି ମୁଁ ଜାଣିନାହିଁ। ଦଳ ସଭାପତି ଙ୍କ ପାଖକୁ କଣ ତଦନ୍ତ ରିପୋର୍ଟ ଆସିଥିବ । ଏହା ଦ୍ୱାରା ଦଳକୁ କ୍ଷତି ହେବ ନାହିଁ । ଆନନ୍ଦପୁର ବିଜେଡ଼ି ବିଧାୟକ ଅଭିମନ୍ୟୁ ସେଠି ସନାତନ ମହାକୁଡଙ୍କ ନିଲମ୍ବନ ପରେ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି ।

ସେ କହିଛନ୍ତି ଯେ, ସେ ଗୋଟେ ଦିଟା ବୈଠକ ଆସିନଥିଲେ ଆଉ ସବୁ ବୈଠକ କୁ ଆସନ୍ତି। ଚମ୍ପୁଆ ବିଧାୟକ ଆମ ସହିତ ବୈଠକ ରେ ରୁହନ୍ତି , ସହଯୋଗ କରନ୍ତି। କିନ୍ତୁ ସଭାପତି ନିଷ୍ପତ୍ତି ନେଇଛନ୍ତି। ଆମେ ତାକୁ ମାନିବୁ। ଆମର ଦଳ ଶୃଙ୍ଖଳିତ ଦଳ । ଦଳର କ୍ଷତି ହେବନି ।

ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଙ୍କୁ ତ ଆମେ ବି ପ୍ରଶଂସା କରୁ। ଭଲ କାମ କଲେ ଭଲ କହୁଛୁ। ସନାତନ ମହାକୁଡ ମୁଖ୍ୟମନ୍ତ୍ରୀ ଙ୍କ ପ୍ରସଂଶା କରିବା ନିଳମ୍ବନ କାରଣ ହୋଇ ନଥିବ। ବୋଲି ସେ କହିଛନ୍ତି ।

----------

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande