
ବିଏମଏସର ତ୍ରୈବାର୍ଷିକ ସମ୍ମିଳନୀ ଆଗାମୀ 6 ଫେବୃଆରୀ ଠାରୁ ପୁରୀ ଠାରେ
ଭୁବନେଶ୍ୱର, 16 ଜାନୁଆରୀ (ହି.ସ.) ଦେଶର ସର୍ବବୃହତ ଶ୍ରମିକ ସଂଗଠନ ଭାରତୀୟ ମଜଦୁର ସଂଗଠନର ତ୍ରୈବାର୍ଷିକ ସମ୍ମିଳନୀ ଆଗାମୀ 6 ଫେବୃଆରୀ ଠାରୁ ପୁରୀ ଠାରେ ଅନୁଷ୍ଠିତ ହେବ । କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ଭାଇ ମଣ୍ଡାବ୍ୟା ଏହାକୁ ଉଦଘାଟନ କରିବେ । ଏହି ଅଧିବେଶନ ତିନି ଦିନ ଧରି ଚାଲିବ । ବିଏମଏସର ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ବି.ସୁରେନ୍ଦ୍ରନ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଏହି ଅଧବେଶନରେ 44ଟି କ୍ଷେତ୍ରର ଶ୍ରମିକ ପ୍ରତିନିଧି ମାନେ ଭାଗ ନେବେ । ମୋଟ 28ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ବଛା ବଛା କାର୍ଯ୍ୟକର୍ତା ମାନେ ଏଥିରେ ଭାଗ ନେବେ । ମୋଟ 12 ଟି ଦେଶର ପ୍ରତିନିଧି ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ