
ଭୁବନେଶ୍ୱର, 16 ଜାନୁଆରୀ (ହି.ସ.) କୁଖ୍ୟାତ ବନ୍ଧୁକ ମାଫିଆ କମିସନରେଟ ପୋଲିସ କବ୍ଜାରେ ଆସିଛି । ଯାଜପୁର ବିଂଝାରପୁର ଅଞ୍ଚଳରୁ ବନ୍ଧୁକ ମାଫିଆକୁ ଗିରଫ କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ସ୍ପେଶାଲ କ୍ରାଇମ ୟୁନିଟ ପପୁ ନାମକ ଜଣେ ବନ୍ଧୁକ ବେପାରୀ କୁ ଗିରଫ କରିଛି । ତା ନିକଟରୁ 4ଟି ବନ୍ଧୁକ, 10ଟି ଜିବନ୍ତ ଗୁଳି ଜବତ କରାଯାଇଛି । ପପୁ
ବିହାର ମୁଙ୍ଗେର ଅଞ୍ଚଳରୁ ବନ୍ଧୁକ ଆଣି ଓଡ଼ିଶାରେ ବିକ୍ରି କରୁଥିଲା ବୋଲି ସୂଚନା ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ