
ଝାରସୁଗୁଡା, ରାଉଲକେଲା, ସୁନ୍ଦରଗଡ଼ ଓ ବରଗଡ଼ରେ କରିବେ ପଦଯାତ୍ରା ଓ ଜନସଭା
ଭୁବନେଶ୍ୱର, 16 ଜାନୁଆରି (ହି.ସ.)ଆଜି ଠାରୁ 20 ଜାନୁଆରୀ ପିସିସି ସଭାପତି ଭକ୍ତ ଚରଣ ଦାସ ପଶ୍ଚିମ ଓଡିଶା ଗସ୍ତକରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ l
ଆଜି ଝାରସୁଗୁଡାଠାରେ ଦିନ 11.30 ରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଏବଂ ପଦଯାତ୍ରା l ଦିନ 1 ଟାରେ ଏମସିଏଲ ଅଡିଟୋରିଅମଠାରେ ସଭାରେ ଯୋଗଦାନ ଏବଂ ଅପରାହ୍ନ 4 ରେ
ତଳପଟିଆ ଗ୍ରାମ ପାଖ ଜାତୀୟ ରାଜପଥ 49 କଡ଼ରେ ପ୍ରଦୂଷିତ ପାଉଁଶ ପୋଖରୀ ପରିଦର୍ଶନ l ଝାରସୁଗୁଡାରେ ରାତ୍ରୀ ଯାପନ l
18 ଜାନୁଆରୀରେ ସୁନ୍ଦରଗଡ଼ ଜିଲ୍ଲା ଦେଇ ରାଉଲକେଲା ଯାତ୍ରା ପୂର୍ବାହ୍ନ 10.30 ରେ ସୁନ୍ଦରଗଡ଼,ତଳସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରମଡ଼ିହିଠାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ପଥପ୍ରାନ୍ତ ସଭା l ଦିନ 11 ଟାରୁ 11.30 ବରଗାଁ ଏବଂ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ କୁତ୍ରାଠାରେ ଠାରେ ଦଳୀୟ କାର୍ଯ୍ୟକର୍ତ୍ତା ସଭା l
ସେଠାରୁ ରାତିରେ ରାଉଲକେଲା ପହଞ୍ଚି ରାତ୍ରିଯାପନ l ଆଗାମୀ ଦିନ 18 ଜାନୁଆରୀ ପୂର୍ବାହ୍ନରେ ରାଉଲକେଲାରେ ମହାତ୍ମା ଗାନ୍ଧୀ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଓ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲା ପରେ 12.45 ରେ ବିଶ୍ରା ଛକରୁ କଂଗ୍ରେସ ଭବନକୁ ପଦଯାତ୍ରା ଏବଂ ରାଉରକେଲା କଂଗ୍ରେସ ଭବନଠାରେ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା ଏବଂ ତୃଣମୂଳ ସ୍ତରର ବିଜେପି ବିଜେଡି କାର୍ଯ୍ୟକର୍ତ୍ତାଙ୍କ କଂଗ୍ରେସ ଦଳରେ ମିଶ୍ରଣ ପର୍ବରେ ଯୋଗଦାନ l
ଅପରାହ୍ନ 4 ଟାରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ l
ପରେ ଏକ ସର୍ବଦଳୀୟ ସଭାରେ ଯୋଗଦାନ କରି ରାଉଲକେଲା ବାଣିଜ୍ୟ ସଙ୍ଗଠନ ପକ୍ଷରୁ ଆୟୋଜିତ ସଭାରେ ବ୍ୟକ୍ତବ୍ୟ ପ୍ରଦାନ କରିବେ l ରାଉଲକେଲାରେ ରାତ୍ରୀଯାପନ l
19 ଜାନୁଆରୀ ସକାଳେ ରାଉଲକେଲାରୁ ବାହାରି ସୁନ୍ଦରଗଡ଼ ଅଭିମୁଖେ ଯାତ୍ରା l ରାଜଗାଙ୍ଗପୁର କରମଡ଼ିହି, ସବଡେ଼ଗା ଓ ସୁନ୍ଦରଗଡ଼ରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଝାରସୁଗୁଡାଠାରେ ରାତ୍ରିଯାପନ l
20 ଜାନୁଆରୀରେ ବରଗଡ଼ରେ ଏକ ବିଶାଳ ଚାଷୀ ସମାବେଶରେ ଯୋଗଦାନ କରିବେ l
ସୂଚନାଯୋଗ୍ୟ, ନିକଟରେ ପିସିସି ପକ୍ଷରୁ ମନରେଗା, ବିଜୁଳି ପ୍ରସଙ୍ଗ ଓ ଧାନ କିଣା ଅବ୍ୟବସ୍ଥାକୁ ନେଇ ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଛି l ପିସିସି ସଭାପତିଙ୍କ ପଶ୍ଚିମ ଓଡିଶା ଗସ୍ତ ବେଳେ ଉକ୍ତ ପ୍ରସଙ୍ଗ ଗୁଡିକୁ ନେଇ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ପିସିସି ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି l
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ