
ଭୁବନେଶ୍ୱର, 16 ଜାନୁଆରୀ (ହି.ସ.) କଳିଙ୍ଗ ଷ୍ଟାଡିୟମରେ ଆଜି ଆରମ୍ଭ ହୋଇଛି ୧୦ମ ସବ୍-ଜୁନିୟର ନ୍ୟାସନାଲ ରଗବୀ ସେଭେନ୍ସ ଚାମ୍ପିୟନସିପ୍ । କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଜାନୁଆରୀ ୧୬ ରୁ ୨୧ ତାରିଖ ପର୍ଯ୍ୟନ୍ତ ହେବ ମ୍ୟାଚ୍ । କ୍ରୀଡ଼ା ଓ ଯୁବସେବା ବିଭାଗ, ରଗବୀ ଇଣ୍ଡିଆ ଏବଂ ଓଡ଼ିଶା ଷ୍ଟେଟ୍ ରଗବୀ ଆସୋସିଏସନର ମିଳିତ ସହଯୋଗରେ କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ହୋଇଛି 'ଦଶମ ସବ୍-ଜୁନିୟର ଜାତୀୟ ରଗବୀ ସେଭେନ୍ସ ଚାମ୍ପିୟନସିପ୍-୨୦୨୫' । 'ଦଶମ ସବ୍-ଜୁନିୟର ଜାତୀୟ ରଗବୀ ସେଭେନ୍ସ ଚାମ୍ପିୟନସିପ୍-୨୦୨୫'ରେ ଦେଶର ୨୪ଟି ରାଜ୍ୟରୁ ୫୫୦ରୁ ଅଧିକ ୧୫ ବର୍ଷରୁ କମ୍ ବୟସ୍କ ଖେଳାଳି ଏବଂ ୧୩୦ରୁ ଅଧିକ ଅଫିସିଆଲ୍ସ ଓ ବୈଷୟିକ ଅଧିକାରୀ ସାମିଲ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ଉଭୟ ବାଳକ ଓ ବାଳିକା ବର୍ଗରେ ସମୁଦାୟ ୬୮ଟି ଲେଖାଏଁ ମ୍ୟାଚ୍ ଅନୁଷ୍ଠିତ ହେବ । ଏଥିରେ ଓଡ଼ିଶା ସମେତ ବିହାର, ରାଜସ୍ଥାନ, ମହାରାଷ୍ଟ୍ର, କେରଳ, ପଞ୍ଜାବ, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ଦିଲ୍ଲୀ, ଛତିଶଗଡ଼, ଗୁଜରାଟ, ମଣିପୁର, ଆସାମ ଏବଂ ହରିୟାଣା ଭଳି ୨୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଦଳ ଗୁଡ଼ିକ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ