ବନ୍ଦେ ମାତରମ୍‌ର ୧୫୦ ବର୍ଷ ପୂର୍ତି : ଜୋନାଲ୍ ଓ ମଣ୍ଡଳସ୍ତରୀୟ କର୍ମଶାଳା
ସମ୍ବଲପୁର, ୦୨, ଜାନୁଆରୀ (ହି.ସ.) - ‘ବନ୍ଦେ ମାତରମ୍‌’ ଗୀତର ୧୫୦ ବର୍ଷ ପୂର୍ତି ଉଦ୍‌ଯାପନା ଅବସରରେ ଆଜି ସମ୍ବଲପୁର ତପସ୍ୱିନୀ କକ୍ଷ ଠାରେ ଜୋନାଲ୍ ଓ ମଣ୍ଡଳସ୍ତରୀୟ କର୍ମଶାଳା ଜିଲ୍ଲା ସଂସ୍କୃତି କାର?୍ୟ୍ୟାଳୟ ଆନୁକୁଲ୍ୟରେ ଆୟୋଜିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଅଶୋକ ଭୋଇ, ପଣ୍ଡିତ ଗୁରୁ ରଜ
‘ବନ୍ଦେ ମାତରମ୍‌’ର ୧୫୦ ବର୍ଷ ପୂର୍ତ୍ତି : ଜୋନାଲ୍ ଓ ମଣ୍ଡଳସ୍ତରୀୟ କର୍ମଶାଳା


‘ବନ୍ଦେ ମାତରମ୍‌’ର ୧୫୦ ବର୍ଷ ପୂର୍ତ୍ତି : ଜୋନାଲ୍ ଓ ମଣ୍ଡଳସ୍ତରୀୟ କର୍ମଶାଳା


‘ବନ୍ଦେ ମାତରମ୍‌’ର ୧୫୦ ବର୍ଷ ପୂର୍ତ୍ତି : ଜୋନାଲ୍ ଓ ମଣ୍ଡଳସ୍ତରୀୟ କର୍ମଶାଳା


ସମ୍ବଲପୁର, ୦୨, ଜାନୁଆରୀ (ହି.ସ.) - ‘ବନ୍ଦେ ମାତରମ୍‌’ ଗୀତର ୧୫୦ ବର୍ଷ ପୂର୍ତି ଉଦ୍‌ଯାପନା ଅବସରରେ ଆଜି ସମ୍ବଲପୁର ତପସ୍ୱିନୀ କକ୍ଷ ଠାରେ ଜୋନାଲ୍ ଓ ମଣ୍ଡଳସ୍ତରୀୟ କର୍ମଶାଳା ଜିଲ୍ଲା ସଂସ୍କୃତି କାର?୍ୟ୍ୟାଳୟ ଆନୁକୁଲ୍ୟରେ ଆୟୋଜିତ ହୋଇଯାଇଛି।

ଅତିରିକ୍ତ ଜିଲ୍ଲାପାଳ ଅଶୋକ ଭୋଇ, ପଣ୍ଡିତ ଗୁରୁ ରଜନୀକାନ୍ତ ମହାପାତ୍ର, ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଗୁରୁ, ନୟାଗଡ଼ ,ଗୁରୁ ଶ୍ରୀ ଜମିନିକନ୍ତ ମିଶ୍ର ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଗୁରୁ,ଗନ୍ଧର୍ବ ମହାବିଦ୍ୟାଳୟ ମଣ୍ଡଳ ପୁନେ ର ବିଭାଗ ମୁଖ୍ୟ,ପୁରୀ, ଶ୍ରୀ ଦିଲ୍ଲୀପ କୁମାର ସିଂଦେଓ ବଲାଙ୍ଗିର,ଏକାଧାରରେ ବେହେଲା ବାଦକ ଏବଂ ଚିତ୍ରଶିଳ୍ପୀ, ବଲାଙ୍ଗିର କଳା ମହାବିଦ୍ୟାଳୟ ଅଧ୍ୟକ୍ଷ, ଦୀପକ କୁମାର ରାଉତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସମ୍ମିଳିତ ପୂର୍ବ କ୍ଷେତ୍ରର କ୍ଷେତ୍ରୀୟ ସେବା ପ୍ରମୁଖ ଝାରସୁଗୁଡ଼ା, ନିରଞ୍ଜନ ପଣ୍ଡା, ସଂସ୍କାର ଭାରତୀ ର ଅଖିଳ ଭାରତୀୟ ଲୋକ ଏବଂ ଜନଜାତି କଳା ବିଭାଗ ର ଅଖିଳ ଭାରତୀୟ ସଂଯୋଜକ, ଅମୃତ ଲାଲ ସମ୍ବଲପୁର ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟନୀ ସଭା ସହିତ ବିଭିନ୍ନ ପ୍ରାୟୋଗିକ ଓ ପ୍ରଶିକ୍ଷଣ ଉପଲକ୍ଷେ ଆୟୋଜିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଅଶୋକ ଭୋଇ ବନ୍ଦେ ମାତରମ୍‌ ର ୧୫୦ ବର୍ଷ ପୂର୍ତି ଉପଲକ୍ଷେ କର୍ମଶାଳା ଆୟୋଜନ କରାଯାଇଛି ସୂଚନା ଦେଇ କର୍ମଶାଳା ସଫଳତା କାମନା କରିଥିଲେ, କହିଥିଲେ ଆଗାମୀ ଦିନରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏକ ଭାରତ ଶ୍ରେଷ୍ଠ ଭାରତ ଆଭିମୁଖ୍ୟକୁ ଲକ୍ଷ ରଖି ସାମୁହିକ ଉନ୍ନତି ପାଇଁ କାମ କରିବା ପାଇଁ । ଏହାପରେ ଜିଲ୍ଲା ସଂସ୍କୃତି ଅଧିକାରୀ ସ୍ୱାଗତଭାଷଣ ଦେଇଥିଲେ। ପଣ୍ଡିତ ଗୁରୁ ଶ୍ରୀ ମହାପାତ୍ର, ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଗୁରୁ, ନୟାଗଡ଼, ଗୁରୁ ଜାମିନିକାନ୍ତ ମିଶ୍ର ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଗୁରୁ, ଗନ୍ଧର୍ବ ମହାବିଦ୍ୟାଳୟ ମଣ୍ଡଳ ପୁନେର ବିଭାଗ ମୁଖ୍ୟ, ପୁରୀ, ଦିଲ୍ଲୀପ କୁମାର ସିଂଦେଓ ବଲାଙ୍ଗିର ଏକାଧାରରେ ବେହଲା ବାଦକ ଏବଂ ଚିତ୍ରଶିଳ୍ପୀ, ବଲାଙ୍ଗିର କଳା ମହାବିଦ୍ୟାଳୟ ଅଧ୍ୟକ୍ଷ ବନ୍ଦେ ମାତରମ୍‌’ର ଐତିହାସିକ ପ୍ରସଙ୍ଗ ଓ ଜାତୀୟ ଚେତନାରେ ଏହାର ଭୂମିକା ସମ୍ପର୍କରେ ଉଦ୍‌ବୋଧନ ଦେବା ସହ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଦୀପକ କୁମାର ରାଉତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସମ୍ମିଳିତ ପୂର୍ବ କ୍ଷେତ୍ର ର କ୍ଷେତ୍ରୀୟ ସେବା ପ୍ରମୁଖ ଝାରସୁଗୁଡ଼ା, ବନ୍ଦେ ମାତରମ୍ ପ୍ରଶିକ୍ଷଣ ଯୋଜନାର ବିଷୟ ଉପରେ ଉପସ୍ଥାପନ ଦେଇଥିଲେ। ନିରଞ୍ଜନ ପଣ୍ଡା, ସଂସ୍କାର ଭାରତୀ ର ଅଖିଳ ଭାରତୀୟ ଲୋକ ଏବଂ ଜନଜାତି କଳା ବିଭାଗ ର ଅଖିଳ ଭାରତୀୟ ସଂଯୋଜକ, ୍ୱନ୍ଦେମାତରମ୍ ପ୍ରଶିକ୍ଷଣ ଦେଇଥିଲେ। ପ୍ରାୟୋଗିକ ଓ ପ୍ରଶିକ୍ଷଣ ରେ ‘ବନ୍ଦେ ମାତରମ୍‌’ର ପୃଷ୍ଠଭୂମି, ଐତିହାସିକ ବିକାଶ, ସାଂସ୍କୃତିକ ଗୁରୁତ୍ୱ ଓ ଜାତୀୟ ପ୍ରାସଙ୍ଗିକତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜାତୀୟ ଚେତନା ଓ ଦେଶପ୍ରେମ ବିକାଶରେ ଏହି ଗୀତର ଭୂମିକାକୁ ମୁଖ୍ୟ ଭାବେ ଉଲ୍ଲେଖ କରାଯାଇଥିଲା। ସଙ୍ଗୀତମୟ ପ୍ରଶିକ୍ଷଣ ରେ ସ୍ୱରମାଧୁର୍ଯ୍ୟ, ଲୟ, ତାଳ, ସ୍ୱର, ଶୁଦ୍ଧ ଉଚ୍ଚାରଣ, ଠିକ୍ ନୋଟେସନ୍ ଓ ସମନ୍ୱିତ ପ୍ରଦର୍ଶନ ଶୈଳୀ ସମ୍ପର୍କରେ ପ୍ରାୟୋଗିକ ଦିଗ୍‌ନିର୍ଦ୍ଦେଶ ଦିଆଯାଇଥିଲା।

ଜିଲ୍ଲାସ୍ତରରେ କାର୍ଯ୍ୟକ୍ରମ ପରିକଳ୍ପନା, ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପ୍ରଶିକ୍ଷଣ ବ୍ୟବସ୍ଥା, ରାଜ୍ୟସ୍ତରୀୟ ସମନ୍ୱିତ ଗାୟନ ପ୍ରୋଟୋକଲ୍ ଏବଂ ଦାୟିତ୍ୱ ବଂଟନ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande