

ବଲାଙ୍ଗିର, ୨ ଜାନୁଆରୀ (ହି.ସ.)- ଆସନ୍ତା ଜାନୁୟାରୀ ୧୯ ରୁ ୨୩ ତାରିଖ ପାଞ୍ଚ ଦିନ ବ୍ୟାପୀ ସ୍ଥାନୀୟ କୋଶଳ କଳା ମଣ୍ଡଳ ଠାରେ ଚଳିତ ବର୍ଷ ୨୩ତମ ବଲାଙ୍ଗିର ଲୋକ ଉତ୍ସବ -୨୦୨୫ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଆଜି ବଲାଙ୍ଗିର ଲୋକ ଉତ୍ସବ ପ୍ରଭାର କମିଟିର ବୈଠକ ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲାପାଳ ଡଃ. ବିଜୟାନନ୍ଦ ସେଠୀଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଉତ୍ସବର ପ୍ରଚାର ପ୍ରସାର ଉପରେ ଜୋର୍ ଦିଆଯାଇଥିଲା। ଗଣମାଧ୍ୟମ ପ୍ରତିନିଧି ମାନେ ନିଜର ଦାୟିତ୍ଵ ନିର୍ବାହ କରିବା ଦିଗରେ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ଗଣମାଧ୍ୟମ ପ୍ରତିନିଧିଙ୍କ ସୁବିଧା ପାଇଁ ସାମ୍ୱାଦିକ ଶରତ ମିଶ୍ର ଓ ଋତୁରାଜ ସିଂହଙ୍କୁ ସଂଯୋଜନା ଦାୟିତ୍ଵରେ ରଖାଯାଇଛି ।
ବୈଠକରେ ସହ ଅଧ୍ୟକ୍ଷ ତଥା ସୂଚନା ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝୀ, ଅତିରିକ୍ତ ସୂଚନା ଅଧିକାରୀ ଲକ୍ଷ୍ମୀ ସାକିଅ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ