ଗୋଠ ଛଡ଼ା ଅସୁସ୍ଥ ହାତୀ ନାଳରେ ପଡ଼ି ମୃତ୍ୟୁ, ଚିକିତ୍ସା ହୋଇପାରିନି
ବଲାଙ୍ଗିର, ୨ ଜାନୁଆରୀ (ହି.ସ.)- ବଲାଙ୍ଗିର ଜିଲା ଟିଟିଲାଗଡ଼ ରେଞ୍ଜ ବେଲଗାଁ ସେକ୍ସନ ନାରିକଟା ବିଟ୍‌ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ବର୍ଣ୍ଣି ଜଙ୍ଗଲସ୍ଥିତ ନୀମପଡ଼ା ଗାଁର ନାଳରେ ଏକ ମାଈହାତୀ ପଡ଼ି ମରିଥିବା ଜଣାପଡ଼ିଛି। ଗତ ୮ରୁ ୧୦ ତଳେ କଳାହାଣ୍ଡି ଉତ୍ତର ଦିଗରୁ ଏକ ଗୋଠଛଡ଼ା ମାଈହାତୀ ବେଲଗାଁ ସ
ଗୋଠ ଛଡ଼ା ଅସୁସ୍ଥ ହାତୀ ନାଳରେ ପଡ଼ି  ମୃତ୍ୟୁ : ଚିକିତ୍ସା ହୋଇପାରିନି


ବଲାଙ୍ଗିର, ୨ ଜାନୁଆରୀ (ହି.ସ.)- ବଲାଙ୍ଗିର ଜିଲା ଟିଟିଲାଗଡ଼ ରେଞ୍ଜ ବେଲଗାଁ ସେକ୍ସନ ନାରିକଟା ବିଟ୍‌ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ବର୍ଣ୍ଣି ଜଙ୍ଗଲସ୍ଥିତ ନୀମପଡ଼ା ଗାଁର ନାଳରେ ଏକ ମାଈହାତୀ ପଡ଼ି ମରିଥିବା ଜଣାପଡ଼ିଛି। ଗତ ୮ରୁ ୧୦ ତଳେ କଳାହାଣ୍ଡି ଉତ୍ତର ଦିଗରୁ ଏକ ଗୋଠଛଡ଼ା ମାଈହାତୀ ବେଲଗାଁ ସେକ୍ସନକୁ ପ୍ରବେଶ କରିଥିଲା। ହାତୀଟି ଅସୁସ୍ଥ ଥିବା ନେଇ ବଲାଙ୍ଗୀର ବନ ବିଭାଗ ପାଖରେ ଖବର ଥିଲା। ବନ ବିଭାଗ ହାତୀକୁ କ୍ରମାଗତ ଭାବେ ଟ୍ରାକିଂ କରୁଥିଲା। ଏପରିକି ବନ ବିଭାଗ ପକ୍ଷରୁ ହାତୀର ଟ୍ରାଙ୍କୁଲାଇଜ୍‌ ଟ୍ରିଟମେଣ୍ଟ କରିବା ପାଇଁ ଅନୁମତି ମଗାଯାଇଥିଲା। ତେବେ ଗତକାଲି ରାତିରେ ହାତୀଟି ନାଳରେ ପଡ଼ି ଯାଇ ମୃତ୍ୟୁବରଣ କରିଥିବା ସ୍ଥାନୀୟ ଲୋକେ ଜାଣିବାକୁ ଥିଲେ। ଖବର ପାଇ ବନ ବିଭାଗ ଟିଟିଲାଗଡ଼ ରେଞ୍ଜର, ବଲାଙ୍ଗୀର ଏସିଏଫ୍‌ ମାନସ ରଞ୍ଜନ ବେହେରା ଓ ଡିଏଫଓ ଅଜିତ ବିଶି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ତେବେ ହାତୀର ଦେହ ଅସୁସ୍ଥ ହେବା ଯୋଗୁ ନାଳକୁ ପାଣି ପିଇବାକୁ ଆସି ଉପରକୁ ଚଢ଼ି ନପାରି ନାଳରେ ପଡ଼ିଯାଇ ମୃତ୍ୟୁ ହୋଇ ଯାଇଥିବା କହୁଛନ୍ତି। ମୃତ ମାଈହାତୀର ବୟସ ୬ରୁ ୭ବର୍ଷ ହୋଇଥବା ନେଇ ବନ ବିଭାଗ ପକ୍ଷରୁ କୁହାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande