୧୦ରୁ ମିଳିବ ଗ୍ରୀନ୍ ଷ୍ଟିକର୍
ଭୁବନେଶ୍ୱର, ୦୨ ଜାନୁଆରୀ (ହି.ସ.)- ଆସନ୍ତା ଜାନୁଆରୀ ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର୍‌। ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଥିଲେ ଗ୍ରୀନ୍ ଷ୍ଟିକର୍ ମିଳିବ। ୧୦ ତାରିଖ ପୂର୍ବରୁ ପିୟୁସିସି କରିଥିଲେ ଆରଟିଓରୁ ଆଣିପାରିବେ। ୧୦ତାରିଖ ପରେ କଲେ ପିୟୁସିସି ଟେଷ୍ଟିଂ ସେଂଟରରେ ମିଳିବ। ସବୁ ଆରଟିଓରେ ସ୍ପ
୧୦ରୁ ମିଳିବ ଗ୍ରୀନ୍ ଷ୍ଟିକର୍


ଭୁବନେଶ୍ୱର, ୦୨ ଜାନୁଆରୀ (ହି.ସ.)- ଆସନ୍ତା ଜାନୁଆରୀ ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର୍‌। ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଥିଲେ ଗ୍ରୀନ୍ ଷ୍ଟିକର୍ ମିଳିବ। ୧୦ ତାରିଖ ପୂର୍ବରୁ ପିୟୁସିସି କରିଥିଲେ ଆରଟିଓରୁ ଆଣିପାରିବେ। ୧୦ତାରିଖ ପରେ କଲେ ପିୟୁସିସି ଟେଷ୍ଟିଂ ସେଂଟରରେ ମିଳିବ। ସବୁ ଆରଟିଓରେ ସ୍ପେଶାଲ୍ କାଉଂଟର ଖୋଲାହେବ। ଷ୍ଟିକର୍ ଦେବା ଆଗରୁ ପଲ୍ୟୁସନ୍ ସାର୍ଟିଫିକେଟ୍ ଚେକ୍ ହେବ। ଆରସି ଏବଂ ବାହନ ଡାଟାବେସ୍ ଯାଂଚ କରାଯିବ। ଅରିଜିନାଲ୍ ପିୟୁସିସି, ଆରସି କପି ଦେଖାଇବାକୁ ପଡ଼ିବ। ଗାଡ଼ି ମାଲିକ ପରିଚୟପତ୍ର ଦେଖାଇବା ବାଧ୍ୟତାମୂଳକ ହେବ। ଅନ୍ୟ କେହି ଷ୍ଟିକର୍ ଆଣିବାକୁ ଗଲେ ମାଲିକଙ୍କ ଅଥରାଇଜ୍ ଲେଟର୍ ଦେଖାଇବେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande