
ଜୟପୁର, ୦୨ ଜାନୁଆରି (ହି.ସ.) - କୋରାପୁଟିଆ କଳା ଓ କଳାକାରଙ୍କ ଦ୍ୱାରା ପୁଷ ପୁନି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଆଜି ୨ ତାରିଖରୁ ଏହି କାର୍ଯ୍ୟକ୍ରମ ୮ ଦିନ ଧରି ଚାଲିବ । ଜୟପୁର ଅଧିଷ୍ଠାତ୍ରୀ ମା ଭଗବତୀଙ୍କ ମନ୍ଦିରେ ପୁଜାଚ୍ଚନା ପରେ ଏହି ବିଶାଳ ପୁଷ ପୁନି ପଟୁଆର ବାହାରିଥିଲା । ମୁଖ୍ୟ ଟ୍ରାଫିକ ଦେଇ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆରେ ପହଂଚି ଥିଲା । ଆଦିବାସୀ ନାଚ, ବାଜା ସହ ପୌରାଣିକ , ଐତିହାସିକ ତଥା ବିଭିନ୍ନ ବେଶ ଭୁଷାରେ ନିଜକୁ ସଜ୍ଜିତ କରି ବିଭିନ୍ନ ଆଦିବାସୀ ମୃତ୍ୟ ଦଳ ତଥା ଆଦିବାସୀ ବାଦ୍ୟର ତାଳେ ତାଳେ ନାଚି ନାଚି ଶୋଭାଯାତ୍ରା ଅନୁଷ୍ଟିତ ହୋଇଛି । ତ୍ରିପତି ବାଲାଜି, ରାମ, ଲକ୍ଷ୍ମଣ, ସୀତା, ଗାନ୍ଧାରୀ, ଯମ, କୁନ୍ତି ଦ୍ରଣାଚାର୍ଯ୍ୟ, ସଞ୍ଜୟ, ମହିଷାଶୁର, ପର୍ଶୁ ରାମ, ନାରଦ, ଦିଷାରି, ବାଘ, ଶିବ, କୃଷ୍ଣ, ହନୁମାନ , କଂଶ ଧ୍ରୁତରଷ୍ଟ୍ର, ଯୁଧିଷ୍ଠିର, ଅର୍ଜୁନ, ଭିମ ନଖୁଳ , ସହଦେବ , ମହୁରିଆ ଦାଦା, ଦ୍ରପୋଦି, ଆଦିବାସୀଙ୍କ ବେଂଟ ଯାତ୍ରା, ଦୁରୁଆ ନାଚ , ଢେମସା ନାଚ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ। ଆଜି ଠାରୁ ୮ ଦିନ ଧରି ସାଂସ୍କୃୁତିକ କାର୍ଯ୍ୟକ୍ରମ, ପଲ୍ଲିଶ୍ରୀମେଳା, ମିନା ବଜାର, ଖାଦ୍ୟ ମେଳା ସହ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଟିତ ହେବ । ପୁଷ ପରବ କଣ ଲୋକ ମାନେ ଧିରେ ଧିରେ ଭୁଲି ଯାଇଥିବା ବେଳେ ଏହା ଦ୍ୱାରା ଆଦିବାସୀ ଙ୍କ ପରବର ପୁନଃ ଉଦ୍ଧାର ହୋଇ ପାରିବ । ଆଦି ବାସୀ ବହୁଳ କୋରାପୁଟ ଜିଲାରେ ଆଦିବାସୀଙ୍କ ସ୍ୱତନ୍ତ୍ର ସ୍ଥାନ ରହିଛି । ଆଧୁନିକତାର ସ୍ପର୍ଶରେ ସବୁ କିଛି ପରିବର୍ତନ ହୋଉଥିବା ବେଳେ ଆଦିବାସୀ ଙ୍କ ମୁଳ ପରିଚୟ ହଜିଯାଉଛି । ତେଣୁ ଏହି ଉଦ୍ୟମଦ୍ୱାରା ଆଦିବାସୀଙ୍କ ପରମ୍ପାର, ବେଶ ଭୁଷା, ଖାଦ୍ୟ, ଲୋକ କଥା ପୌରାଣିକ ପ୍ରଥା ବଜା ରହିବାପାରିବ ବୋଲି ଆୟୋଜକ ମାନେ ଆଶା ପ୍ରକଟ କରିଛନ୍ତି । ଧିରେ ଧିରେ ଲୋପ ପାଇଯାଉଛି ଆଦିବାସୀଙ୍କ ପୁଷ ପୁନି । ଆଉ ଦେଖିବାକୁ ମିଳୁ ନାହିଁ କୁ ଗୀତ ବି ଶୁଣିବାକୁ ମିଳୁ ନାହିଁ । ଆଦିବାସୀଙ୍କ ଏହି ପୁଷ ପୁନି ପରବ କୁ ପୁନଃରୁଦ୍ଧାର କରିବା ପାଇ ଜୟପୁର କାଳାକର ମାନେ ମନସ୍ତ କରିଥିଲେ । ଆଦିବାସୀ ଗୀତ ସାଙ୍ଗକୁ ଆଦିବାସୀ ନାଚରେ ଉତ୍ସବ ମୁଖ୍ର ଜୟପୁର। ଆଜି ଠାରୁ ୮ ଦିନ ପୁଷ ପୁନି ୨୦୨୬ ଧୁମ ଧାମରେ ପାଳନ କରାଯିବ । ଏହି କଳା ସଂସ୍?ୃୁତିକୁ ରଖିବା ପାଇ ପୁଷ ପୁନି ଏକ ମାଧ୍ୟମ ବୋଲି ଅତିଥି ମାନେ କହିଥିଲେ । ରାଜ୍ୟ ଓ ରାଜ୍ୟ ବାହାରୁ କଳାକାରଙ୍କ ଦ୍ୱାରା କାଯ୍ୟକ୍ରମ ହେବ । ଏଠାରେ ଖାଦ୍ୟ ମେଳା, ପିଲ୍ଲିଶ୍ରୀ ମେଳା ସହ ପ୍ରତ୍ୟେକ ଦିନ ସଂନ୍ଧ୍ୟାରେ ମୀନା ବଜାର ସହ ସାଂସ୍କୁତିକ କାର୍ଯ୍ୟକ୍ରମ ହେବ । ୨ ତାରିଖ ରେ ଶୋଭାଯାତ୍ରା, ୩ ତାରିଖରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ସାସ୍କୁତିକ କାଯ୍ୟକ୍ରମ ହେବା ସହ ଅତିଥି ଭାବେ ମୁଖ୍ୟ ଅତିଥି ଭାବେ ଜୟପୁର ମହାରାଜା ଉପସ୍ଥିତ ରହିବେ । ୪ ତାରିଖରେ ଗାୟକ ସୁଜ୍ଞାନି ମହାପାତ୍ର ସହ ଟିମ ସଂଗିତ ପରିବେଷଣ କରିବେ । ୫ ତାରିଖରେ ମଂଟୁ ଛୁରିଆ ସଂଗିତ ପରିବେଷଣ କରିବେ । ୬ ତାରିଖରେ ଆଦୀବାସି ବେଶ ପ୍ରତିଯୋଗିକା, ୭ ତାରିଖରେ ସ୍ଥାନୀୟ କୋରାପୁଟିଆ ଆଦିବାସୀ କେସେଟ ଗାୟିକ ଙ୍କ ଦ୍ୱାରା ସଂଗିତ ପରିବେଷଣ, ୮ ତାରିଖ ଗାୟକ ସଲମନ ଅଲ୍ଲିଙ୍କ ସଂଗିତ ପରିବେଷଣ ରହିଥିବା ବେଳେ ୯ ତାରିଖ ରେ ସୁର ଘୁଙ୍ଗୁର ଅନୁଷ୍ଠାନ ଦ୍ୱାରା ସଂଗିତ ପରିବେଷଣ ପରେ କାଯ୍ୟକ୍ରମ ଉଦଯାପନ ହେବ ବୋଲି ସୁଚନା ଦିଆଯାଇଛି । ଆଜି ଏଠାରେ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଜୟପୁର ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡି ,କୋରାପୁଟିଆ କଳା ଓ କଳାକାର ଧିରେନ ମୋହନ ପଟ୍ଟନାୟକ , ମନୋଜ ପାତ୍ର ଉପସ୍ଥିତ ରହିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି