ପହିଲା ଜାନୁଆରୀ ଠାରୁ ପୂର୍ବତଟ ରେଳପଥର ନୂତନ ସମୟସାରଣୀ ପ୍ରଚଳନ
ଭୁବନେଶ୍ୱର, ୦୨ ଜାନୁଆରୀ (ହି.ସ.)- ପୂର୍ବତଟ ରେଳପଥ ତରଫରୁ ୧ ଜାନୁଆରୀ ୨୦୨୬ ଠାରୁ ନୂତନ ସମୟସାରଣୀ କାର୍ଯ୍ୟକାରୀ କରାଯାଇଛି । ଏହି ନୂତନ ସମୟସାରଣୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯାତ୍ରୀ ସୁବିଧା ବୃଦ୍ଧି, ଉନ୍ନତ ସଂଯୋଗ, ସମୟନିଷ୍ଠତା, ସୁରକ୍ଷା ଏବଂ ସୁଖଦ ଯାତ୍ରା ଅନୁଭୂତି ପ୍ରଦାନ କରିବା ।ନୂତନ ସମ
ବିୂଗିକତତ


ଭୁବନେଶ୍ୱର, ୦୨ ଜାନୁଆରୀ (ହି.ସ.)- ପୂର୍ବତଟ ରେଳପଥ ତରଫରୁ ୧ ଜାନୁଆରୀ ୨୦୨୬ ଠାରୁ ନୂତନ ସମୟସାରଣୀ କାର୍ଯ୍ୟକାରୀ କରାଯାଇଛି । ଏହି ନୂତନ ସମୟସାରଣୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯାତ୍ରୀ ସୁବିଧା ବୃଦ୍ଧି, ଉନ୍ନତ ସଂଯୋଗ, ସମୟନିଷ୍ଠତା, ସୁରକ୍ଷା ଏବଂ ସୁଖଦ ଯାତ୍ରା ଅନୁଭୂତି ପ୍ରଦାନ କରିବା ।ନୂତନ ସମୟସାରଣୀ ଅନୁଯାୟୀ, ରେଳ ସଂଯୋଗ ସୁଦୃଢ଼ କରିବା ପାଇଁ ଛଅଟି ନୂତନ ଟ୍ରେନ (ତିନି ଯୋଡ଼ା) ଚଳାଚଳ ଆରମ୍ଭ କରାଯାଇଛି । ଏହାମାନଙ୍କ ମଧ୍ୟରେ ଉଧନା–ବ୍ରହ୍ମପୁର–ଉଧନା, ସମ୍ବଲପୁର–ବୌଦ୍ଧ–ସମ୍ବଲପୁର ଏବଂ ବୌଦ୍ଧ–ଭୁବନେଶ୍ୱର ନୂଆ–ବୌଦ୍ଧ ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ ଅନ୍ତର୍ଭୁକ୍ତ ଅଛି ।

ଏହା ସହିତ, ଚଉଦ଼ଟି ଟ୍ରେନ (ସାତ ଯୋଡ଼ା) କୁ ନୂତନ ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ବିସ୍ତାର କରାଯାଇଛି, ଯାହା ଦ୍ୱାରା ଅନ୍ତର୍ନିହିତ ଏବଂ ଅଂଚଳୀୟ ଅଂଚଳଗୁଡ଼ିକୁ ଉତ୍ତମ ରେଳ ସଂଯୋଗ ମିଳିବ । ଏମାନଙ୍କ ମଧ୍ୟରେ — ୧୨୮୭୧/୧୨୮୭୨ ହାଓଡ଼ା–ଟିଟିଲାଗଡ଼–ହାଓଡ଼ା ଏକ୍ସପ୍ରେସ୍ ଜୁନାଗଡ଼ ରୋଡ଼ ପର୍ଯ୍ୟନ୍ତ; ୫୮୩୦୫/୫୮୩୦୬, ୫୮୩୦୭/୫୮୩୦୮ ବଲାଙ୍ଗିର–ସୋନପୁର–ବଲାଙ୍ଗିର ପାସେଞ୍ଜର ଏବଂ ୧୨୮୯୩/୧୨୮୯୪ ଭୁବନେଶ୍ୱର–ସୋନପୁର–ଭୁବନେଶ୍ୱର ଇଣ୍ଟରସିଟି ପୁରୁଣାକଟକ ପର୍ଯ୍ୟନ୍ତ; ୨୨୮୨୦/୨୨୮୧୯ ବିଶାଖାପଟଣାମ–ଭୁବନେଶ୍ୱର–ବିଶାଖାପଟଣାମ ଇଣ୍ଟରସିଟି, ୧୭୦୧୫/୧୭୦୧୬ ଭୁବନେଶ୍ୱର–ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ୍ ଏବଂ ୧୧୦୨୦/୧୧୦୧୯ ଭୁବନେଶ୍ୱର–ମୁମ୍ବାଇ ସିଏସଏମଟି କୋଣାର୍କ ଏକ୍ସପ୍ରେସ୍ କୁ ଭୁବନେଶ୍ୱର ନୂଆ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି ।

ଯାତ୍ରୀ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ୧୯୦୨୧/୧୯୦୨୨ ଉଧନା–ବ୍ରହ୍ମପୁର–ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ର ଚଳାଚଳ ସାପ୍ତାହିକରୁ ବୃଦ୍ଧି କରି ସପ୍ତାହକୁ ତିନି ଦିନ କରାଯାଇଛି । ଏହା ସହିତ ୨୦୭୦୭/୨୦୭୦୮ ସିକନ୍ଦରାବାଦ–ବିଶାଖାପଟଣା ବନ୍ଦେ ଭାରତ ଏବଂ ୨୦୮୩୫/୨୦୮୩୬ ରାଉରକେଲା–ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଚଳାଚଳ ଦିନରେ ପରିବର୍ତ୍ତନ କରାଯାଇଛି । ୧୨୮୯୨/୧୨୮୯୧ ପୁରୀ–ଭଞ୍ଜପୁର–ପୁରୀ ଏକ୍ସପ୍ରେସ୍ ଟ୍ରେନ ନମ୍ବରକୁ ପରିବର୍ତନ କରାଯାଇଛି ଯାହା ୧ ଫେବୃଆରୀ ୨୦୨୬ ଠାରୁ କାର୍ଯ୍ୟକାରୀ ହେଉଛି ।

ଯାତ୍ରା ସମୟ କମେଇବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ୧୦ଟି ଟ୍ରେନର ଗତି ବଢ଼ାଯାଇଛି ଯାହା ଦ୍ୱାରା କିଛି ରୁଟରେ ସର୍ବାଧିକ ୩୫ ମିନିଟ୍ ସମୟ ସଞ୍ଚୟ ହେବ । ଯାତ୍ରୀ ସୁରକ୍ଷା ଏବଂ ସୁବିଧା ବୃଦ୍ଧି ପାଇଁ ୪ ଟି ଟ୍ରେନ (ଦୁଇ ଯୋଡ଼ା) କୁ ଏଲଏଚବି କୋଚରେ ପରିବର୍ତନ କରାଯାଇଛି ।

ନୂତନ ସମୟସାରଣୀ ଅନୁଯାୟୀ ଲୋଇସିଂହା, ନର୍ଲା ରୋଡ଼, ବୋଲଗଡ଼ ଟାଉନ ପିଏଚ୍‌, ସାନପଦର, ତରାବୋଇ, ସାଖୀଗୋପାଳ, ମଞ୍ଚେଶ୍ୱର, ନରାଜ ମାର୍ଥାପୁର, ଭୁସଣ୍ଡପୁର, ବଇଣ୍ଡା, ଅମ୍ବୋଦଳା, ଥେରୁଭାଲି, ମୁରିବାହାଲ, ଦେଓଗାଁ ରୋଡ଼, ତାଳଚେର ରୋଡ଼ ଓ ନିର୍ଗୁଣ୍ଡି ଷ୍ଟେସନ ମାନଙ୍କ ଠାରେ ମୋଟ ୫୬ଟି ଟ୍ରେନ ଗୁଡିକର ନୂତନ ଷ୍ଟପେଜ୍ ପ୍ରଦାନ କରାଯାଇଛି । ଏହା ସହିତ ୨୫ ଟି ଟ୍ରେନ ର ଉତ୍ପତି ଓ ଗନ୍ତବ୍ୟ ସ୍ଥଳ ମଧ୍ୟରେ ସମୟ ହ୍ରାସ କରାଯାଇଅଛି ଯାହାଦ୍ୱାରା ସମୟନିବର୍ତିତା ସହ ଟ୍ରେନ ଚଳାଚଳ ସୁବିଧାଜନକ ହେବ ଏବଂ ଏଥିରେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଅଧୀନର ୩ଟି ଟ୍ରେନ ମଧ୍ୟ ଅନ୍ତର୍ଭୁକ୍ତ ଅଛି ।

ଟର୍ମିନାଲ ପରିଚାଳନା ସୁଦୃଢ଼ କରିବା ପାଇଁ ୨୭ ଟି ପୂର୍ବତଟ ରେଳପଥ ଅଧୀନ ଟ୍ରେନର ସମୟରେ ପରିବର୍ତନ କରାଯାଇଛି । ଏହା ସହିତ ୧୦ ଟି ଟ୍ରେନ ୧ ଜାନୁଆରୀ ୨୦୨୬ ଠାରୁ କିଛି ମଧ୍ୟବର୍ତୀ ଷ୍ଟେସନ ମାନଙ୍କ ଠାରେ ବର୍ତମାନ ସମୟ ଆଗରୁ ଛାଡ଼ିବେ । ଏହି ଟ୍ରେନ୍ ଗୁଡିକ କିଛି ଷ୍ଟେସନରେ ବର୍ତିମାନର କାର୍ଯ୍ୟସୂଚୀ ପୂର୍ବରୁ ଛାଡିବ । ଏହି ଟ୍ରେନ୍ ଗୁଡିକ ହେଉଛି... (୧) ୧୨୧୪୫ ଏଲଟିଟି-ପୁରୀ ସାପ୍ତାହିକ ଏକ୍ସପ୍ରେସ ଟିଟିଲାଗଡ, ବଲାଙ୍ଗୀର, ବରଗଡ ରୋଡ, ସମ୍ବଲପୁର, ଅନୁଗୁଳ, ତାଳଚେର, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧା ରୋଡ ଠାରେ; (୨) ୧୮୪୫୧ ହାଟିଆ-ପୁରୀ ତାପସ୍ୱିନି ଏକ୍ସପ୍ରେସ ସମ୍ବଲପୁର, ଅନୁଗୁଳ, ତାଳଚେର, କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ ଠାରେ; (୩) ୧୨୮୭୯ ଏଲଟିଟି- ଭୁବନେଶ୍ୱର ଏକ୍ସପ୍ରେସ ସମ୍ବଲପୁର, ଅନୁଗୁଳ ଏବଂ କଟକ ଠାରେ; (୪) ୨୨୮୬୫ ଏଲଟିଟି- ପୁରୀ ଏକ୍ସପ୍ରେସ ସମ୍ବଲପୁର, ଅନୁଗୁଳ ଏବଂ କଟକ ଠାରେ; (୫) ୧୩୩୫୧ ଧାନବାଦ୍‌-ଆଲେପି ଏକ୍ସପ୍ରେସ ଟିଟିଲାଗଡରେ; (୬) ୨୦୮୦୭ ବିଶାଖାପାଟନମ୍‌-ଅମୃତସର ହିରାକୁଦ୍ ଏକ୍ସପ୍ରେସ ସମ୍ବଲପୁରରେ; (୭) ୧୮୦୦୫ ହାଓଡ଼ା-ଜଗଦଳପୁର ସମଲେଶ୍ୱରୀ ଏକ୍ସପ୍ରେସ ସମ୍ବଲପୁର, ରାୟାଗଡା, କୋରାପୁଟରେ; (୮) ୧୮୫୨୯ ଦୁର୍ଗ-ବିଶାଖାପାଟନମ୍ ଏକ୍ସପ୍ରେସ୍ ଟିଟିଲାଗଡ, ସିଙ୍ଗାପୁର ରୋଡ଼, ରାୟଗଡା, ପାର୍ବତୀପୁରମ୍‌, ବବିଲି, କୋଟାଭାଲାସା, ସିମଚାଲମ୍ ଷ୍ଟେସନ ଠାରେ; (୯) ୨୦୮୬୨ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ ଟିଟିଲାଗଡ, ବଲାଙ୍ଗୀର, ବରଗଡ ରୋଡ, ହିରାକୁଦ, ସମ୍ବଲପୁର, ରେଢ଼ାଖୋଲ ଏବଂ ବୋଇଣ୍ଡା ଠାରେ ଏବଂ (୧୦) ୧୮୪୨୨ ସୋନପୁର-ପୁରୀ ଏକ୍ସପ୍ରେସ ବଲାଙ୍ଗୀର, ବରଗଡ ରୋଡ୍‌, ହିରାକୁଦ୍‌, ସମ୍ବଲପୁର, ରେଢ଼ାଖୋଲ ଏବଂ ବୋଇଣ୍ଡା ଷ୍ଟେସନଠାରେ ବର୍ତ୍ତମାନର ସମୟ ସୂଚୀ ପୂର୍ବରୁ ଛାଡିବ ।

ସମୟ ସାରଣୀ –୨୦୨୬ ର ପ୍ରବର୍ତ୍ତନ ପୂର୍ବତଟ ରେଳପଥର ସୁରକ୍ଷିତ, ବିଶ୍ୱସନୀୟ, କ୍ଷମତାଶୀଳ ଏବଂ ଯାତ୍ରୀଅନୁକୂଳ ରେଳ ସେବା ପ୍ରତି ଅତୁଟ ପ୍ରତିବଦ୍ଧତାକୁ ପ୍ରତିବିମ୍ବିତ କରେ ଏବଂ ଏହା ଉକ୍ତ ଅଞ୍ଚଳର ସମଗ୍ର ଯାତ୍ରା ଅନୁଭୂତିକୁ ନିଶ୍ଚିତ ଭାବେ ଉନ୍ନତ କରିବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande