
ଭୁବନେଶ୍ୱର, 02 ଜାନୁଆରି (ହି.ସ.)- ନୀଳଗିରିର
ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ବିୟୋଗ । ୭୬ ବର୍ଷ ବୟସରେ ନୀଳଗିରିର ବିକାଶ ପୁରୁଷ
ଅକ୍ଷୟ ଆଚାର୍ଯ୍ୟଙ୍କ ଦେହାନ୍ତ ହୋଇଛି ।ଦୀର୍ଘ ଦିନ ହେବ ସେ କ୍ୟାନସର ରୋଗରେ ପୀଡ଼ିତ ହୋଇ
ବମ୍ବେରେ ଚିକିତ୍ସିତ ହେଉଥିଲେ। ଆଜି ଭୋର ସମୟରେ ହଠାତ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ
ପ୍ରଥମେ ନୀଳଗିରି ଓ ପରେ ବାଲେଶ୍ବର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ନିଆଯାଇଥିଲେ। ସେଠାରେ
ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁବରଣ କରିଛନ୍ତି। ପୂର୍ବତନ ବିଧାୟକଙ୍କ ଦେହାନ୍ତରେ
ନୀଳଗିରିରେ ଶୋକର ଛାୟା ଖେଳିଯାଇଛି।
ସେ ନୀଳଗିରି ଆସନରୁ
କଂଗ୍ରେସ ଟିକଟରେ ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୮୦ ଓ ୧୯୯୫ ମସିହାରେ ସେ
ନୀଳଗିରିର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା