ଜାନୁୟାରୀ ୪ ରୁ ୧୩ ଭୋଳାନାଥ ସ୍କୁଲରେ ଶ୍ରୀକ୍ଷେତ୍ର ପୁସ୍ତକ ମେଳା
ପୁରୀ, ୦୨ ଜାନୁଆରି (ହି.ସ.) - ଚଳିତବର୍ଷ ୩୦ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ଜାନୁୟାରୀ ୪ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ୧୦ ଦିନ ବ୍ୟାପି ଏହି ପୁସ୍ତକ ମେଳା ଶରଧାବାଲି ପରିବର୍ତେ ଭୋଳାନାଥ ବିଦ୍ୟାପୀଠ ପରିସରରେ ଆୟୋଜିତ ହେବ । ଏ ସମ୍ପର୍କରେ ଶୁକ୍ରବାର ଅପରାହ୍ନରେ ଜିଲ୍ଲାସ୍କୁଲ ସମ୍ମୁଖ ଓଡ଼ିଶା ସଙ
ଜାନୁୟାରୀ ୪ ରୁ ୧୩ ଭୋଳାନାଥ ସ୍ଲୁଲରେ ଶ୍ରୀକ୍ଷେତ୍ର ପୁସ୍ତକ ମେଳା


ପୁରୀ, ୦୨ ଜାନୁଆରି (ହି.ସ.) - ଚଳିତବର୍ଷ ୩୦ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ଜାନୁୟାରୀ ୪ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ୧୦ ଦିନ ବ୍ୟାପି ଏହି ପୁସ୍ତକ ମେଳା ଶରଧାବାଲି ପରିବର୍ତେ ଭୋଳାନାଥ ବିଦ୍ୟାପୀଠ ପରିସରରେ ଆୟୋଜିତ ହେବ । ଏ ସମ୍ପର୍କରେ ଶୁକ୍ରବାର ଅପରାହ୍ନରେ ଜିଲ୍ଲାସ୍କୁଲ ସମ୍ମୁଖ ଓଡ଼ିଶା ସଙ୍ଗୀତ ଏକାଡ଼େମୀ ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପୁସ୍ତକ ମେଳା ଦିନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ । ଚଳିତବର୍ଷ ଦିଲ୍ଲୀରୁ ୫୦ରୁ ଉର୍ଦ୍ଧ୍ୱ ପ୍ରକାଶକ ଯୋଗଦେବେ । ପ୍ରାୟ ୧୨୦ଟି ବୁକ ଷ୍ଟଲ ଖୋଲିବ । ସାଂସ୍କୃତିକ ମଂଚରେ ନୃତ୍ୟ, ଭକ୍ତି ସଙ୍ଗୀତ, ସାହିତ୍ୟ ଆସର ଓ ଆଲୋଚନାଚକ୍ର ଅନୁଷ୍ଠିତ ହେବ ।ଏହି ଅବସରରେ ଗବେଷଣା ପାଇଁ ଗୌରାଙ୍ଗ ଚରଣ ପରିଡା, ସାହିତ୍ୟ କ୍ଷେତ୍ରରେ ପବିତ୍ର ମୋହନ ଦାଶ, ପ୍ରକାଶକ କ୍ଷେତ୍ରରେ ଗୀତାଞ୍ଜଳି ପବ୍ଲିକେଶନ କଟକଙ୍କୁ ପୁସ୍ତକ ମେଳା ସମ୍ମାନ ପ୍ରଦାନ କରାଯିବ। ଏହା ସହ ସାହିତ୍ୟ ସଂସ୍କୃତି ଅବଦାନ ପାଇଁ ବିରେନ୍ଦ୍ର କୁମାର ସାମନ୍ତରାୟଙ୍କୁ ରାଜ୍ୟସ୍ତରୀୟ ସାହିତ୍ୟିକ ସାରସ୍ୱତ ସାଧକ ସମ୍ମାନ ପ୍ରଦାନ କରାଯିବ । ପ୍ରଫେସର ଡ.ପୂର୍ଣ୍ଣ ଚନ୍ଦ୍ର ମିଶ୍ରଙ୍କୁ ସୁନିଲ ରଥ ସ୍ମାରକୀ ଗବେଷକ ସମ୍ମାନ ପ୍ରଦାନ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ କମିଟିର ସଭାପତି କୈଳାସ ଚନ୍ଦ୍ର ଟିକାୟତରାୟ, ସମ୍ପାଦକ ଚକ୍ରଧର ମହାପାତ୍ର, କାର୍ଯ୍ୟକାରୀ ସଭାପତି ଅନାମ ଚନ୍ଦ୍ର ସାହୁ, ଶ୍ରୀକାନ୍ତ ମହାନ୍ତି, ପ୍ରସନ୍ନ ମିଶ୍ର, ପ୍ରଫୁଲ୍ଲ ସାମନ୍ତରା ଓ ଶ୍ୟାମପ୍ରକାଶ ସେନାପତି ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande