ଓଡ଼ିଆ ନବବର୍ଷ ପାଳନ କରିବା ପାଇଁ ଉତ୍କଳ ବିଦ୍ୟୁତ୍ ପରିଷଦର ନିବେଦନ
ପୁରୀ, ୦୨ ଜାନୁଆରି (ହି.ସ.) - ଶ୍ରୀକ୍ଷେତ୍ରର ଅଗ୍ରଣୀ ଧାର୍ମିକ ସ୍ୱେଚ୍ଛାସେବୀ ସଂଗଠନ ଉତ୍କଳ ବିଦ୍ୟୁତ୍ ପରିଷଦ ପକ୍ଷରୁ ଓଡ଼ିଆ ନବବର୍ଷ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି । ନୂଆବର୍ଷ ଉପଲେକ୍ଷ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ବ୍ୟାରିକେଡ ଭିତରେ ଯାଉଥିଲେ । ସିଂହଦ୍ୱାର
ଓଡ଼ିଆ ନବବର୍ଷ ପାଳନ କରିବା ପାଇଁ ଉତ୍କଳ ବିଦ୍ବତ୍ ପରିଷଦର ନିବେଦନ


ପୁରୀ, ୦୨ ଜାନୁଆରି (ହି.ସ.) - ଶ୍ରୀକ୍ଷେତ୍ରର ଅଗ୍ରଣୀ ଧାର୍ମିକ ସ୍ୱେଚ୍ଛାସେବୀ ସଂଗଠନ ଉତ୍କଳ ବିଦ୍ୟୁତ୍ ପରିଷଦ ପକ୍ଷରୁ ଓଡ଼ିଆ ନବବର୍ଷ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି । ନୂଆବର୍ଷ ଉପଲେକ୍ଷ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ବ୍ୟାରିକେଡ ଭିତରେ ଯାଉଥିଲେ । ସିଂହଦ୍ୱାର ଠାରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଇଂରାଜୀ ଜାନୁଆରୀ ୧ ତାରିଖ ନୂଆବର୍ଷ ପାଳନ ନକରି ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିରେ ନବବର୍ଷ ପାଳନ କରିବା ପାଇଁ ସଚେତନତା ବାର୍ତା ଉତ୍କଳ ବିଦ୍ୟୁତ୍ ପରିଷଦ ପରାମର୍ଶ ଦେଇଥିଲା। ଓଡ଼ିଆ ନବବର୍ଷ ଚୈତ୍ର ଶୁକ୍ଳ ପ୍ରତିପଦାରେ ରାଷ୍ଟ୍ରୀୟ ନବବର୍ଷ ପାଳନ ସହ ଧାର୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ଅନୁଷ୍ଠାନର ସଦସ୍ୟ ମାନେ ସଚେତନ କରିଥିଲେ । ପଣା ସଂକ୍ରାନ୍ତିକୁ ଧୁମ ଧାମର ସହ ପାଳନ କରିବା ପାଇଁ ଉତ୍କଳ ବିଦ୍ୟୁତ୍ ପରିଷଦର ଅଧ୍ୟକ୍ଷ ମନୋଜ କୁମାର ରଥ ଅନୁରୋଧ କରିଥିଲେ। ଏହି ଅବସରରେ ଗରିବ ଅସହାୟ ଲୋକମାନଙ୍କୁ ଶୀତରୁ ରକ୍ଷା ପାଇବା ପାଇଁ କମ୍ବଳ ବଂଟନ କରାଯାଇଥିଲା। ଅନୁଷ୍ଠାନର ଏଭଳି ପ୍ରୟାସକୁ ଭକ୍ତ ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀ ମାନେ ପ୍ରଶଂସା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande