
ଭୁବନେଶ୍ୱର, ୨୦ ଜାନୁୟାରୀ (ହି.ସ)- ବାହାର ରାଜ୍ୟକୁ ଚାଲାଣ ବେଳେ ଆରପିଏଫ୍ ୪ ଜଣ ନାବାଳକଙ୍କୁ ଭୁବନେଶ୍ୱର ଷ୍ଟେସନ୍ ରୁ ଉଦ୍ଧାର କରିଛି। ବାଙ୍ଗାଲୋର ଯାଉଥିବା ବେଳେ ଭୁବନେଶ୍ୱର ଷ୍ଟେସନରୁ ଖବର ପାଇ ଆରପିଏଫ୍ ବିଭିନ୍ନ ସାମାଜିକ ସଂଗଠନ ସହ ଟ୍ରେନ୍ ରେ ଅନୁଧାବନ କରିଥିଲା। ଟ୍ରେନ୍ଟି ଭୁବନେଶ୍ୱର ଛାଡ଼ିବା ମାତ୍ରେ ଅଧିକାରୀ ସାଧାରଣ ବଗିରେ ଚଢିଥିଲେ। ଅଧିକାରୀଙ୍କୁ ଦେଖି ଘଟଣାସ୍ଥଳରୁ ଦଲାଲ୍ ଫେରାର ହୋଇଯାଇଥିଲା। ଉଦ୍ଧାର ପରେ ନାବାଳକମାନଙ୍କୁ ଶିଶୁ ସୁରକ୍ଷା ସମିତି ଦାୟିତ୍ୱରେ ହସ୍ତାନ୍ତର କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା