
କେନ୍ଦ୍ରାପଡ଼ା, ୨୦ ଜାନୁଆରୀ(ହି.ସ.) – କେନ୍ଦ୍ରାପଡ଼ା ଜଗନ୍ନାଥପୁର ସ୍ଥିତ ରୁଦ୍ର ଶାନ୍ତି ବିଶ୍ୱ ମହାଯଜ୍ଞରେ ଆମ ଗାଁ ସାହିତ୍ୟ ପରିଷଦ ପକ୍ଷରୁ ଆଧ୍ୟାତ୍ମିକ କବିତା ଆସର ଓ ପୁସ୍ତକ ଉନ୍ମୋଚନ ହୋଇଯାଇଛି। ପରିଷଦର ସଭାପତି ନାଟ୍ୟକାର ସଞ୍ଜୟ କୁମାର ମଲ୍ଲିକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡେରାବିଶ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ପ୍ରଭାକର ସାମଲ, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ଗବେଷକ ନିରଞ୍ଜନ ମେକାପ, ବିଶିଷ୍ଟ ଶିକ୍ଷାବିତ୍ ସୁରେନ୍ଦ୍ର କୁମାର ବେହେରା, ଡ଼ ନାରାୟଣ ପତି, ଅମର ପ୍ରସାଦ ରାଉତ୍, ଭରତ ଚରଣ ସାହୁ ପ୍ରମୁଖ ଯୋଗଦେଇ ସାଧାରଣ ଜୀବନରେ ଯଜ୍ଞର ଆବଶ୍ୟକତା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ରୁଦ୍ର ବିଶ୍ୱ ଶାନ୍ତି ମହାଯଜ୍ଞର ସମ୍ପାଦକ ନାରାୟଣ ଲେଙ୍କା ସ୍ୱାଗତ ଭାଷଣ ଓ ପରିଷଦର ସମ୍ପାଦକ ଅନୁଷ୍ଠାନ ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ଇତ୍ୟବସରରେ କବି ଦିବାକର ଥାଟୋଇଙ୍କ କବିତା ସଂକଳନ କବିତା ଏକ ଭିନ୍ନ ସ୍ୱାଦର ଉନ୍ମୋଚିତ ହୋଇଥିଲା। ଏହି ସମ୍ମିଳନୀରେ ବହୁ କବି ଉପସ୍ଥିତ ଥିଲେ। କାର୍ଯ୍ୟକାରୀ ସଭାପତି କବି ଈଶ୍ୱର ଚନ୍ଦ୍ର ପୃଷ୍ଟି ଧନ୍ୟବାଦ୍ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି