ଏକମ୍ବା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ
ଜୟପୁର, ୨୦ ଜାନୁଆରି (ହି.ସ.) - ଜୟପୁର ମଙ୍ଗଳବାର ଦିନ ସରକାରୀ ଉଚ୍ଚ ବିଦ୍ୟାଳୟ ଏକମ୍ବାରେ ବାର୍ଷିକ ଉତ୍ସବ ପାଳିତ ହୋଇଥିଲା। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବି. ନଳୀନ କୁମାରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମଟି ସଫଳ ରୂପାୟନ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଜୟପୁର ବ୍ଲକ ଶିକ୍ଷା ଅଧିକାର
ଏକମ୍ବା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ


ଜୟପୁର, ୨୦ ଜାନୁଆରି (ହି.ସ.) - ଜୟପୁର ମଙ୍ଗଳବାର ଦିନ ସରକାରୀ ଉଚ୍ଚ ବିଦ୍ୟାଳୟ ଏକମ୍ବାରେ ବାର୍ଷିକ ଉତ୍ସବ ପାଳିତ ହୋଇଥିଲା। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବି. ନଳୀନ କୁମାରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମଟି ସଫଳ ରୂପାୟନ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଜୟପୁର ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚନ୍ଦନ କୁମାର ନାୟକ, ମୁଖ୍ୟ ବକ୍ତା ଭାବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଓଇଏସ୍‌-୨ ଶ୍ରୀମତୀ ଡଃ. ଜ୍ୟୋତ୍ସ୍ନା ମିଶ୍ର, ସମ୍ମାନିତ ଅତିଥି ଭାବରେ ଜୟପୁର ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କେ ଗୋପାଳ ଓ ସୋମନାଥ ଗାଦବା, ଅବସର ପ୍ରାପ୍ତ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାହୁ, ସତ୍ୟ ପଟ୍ଟନାୟକ, ପ୍ରଦ୍ୟୁମ୍ନ ସାନ୍ତ୍ରା,ଧନପୁର ଉଚ୍ଚ ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଓମ ପ୍ରକାଶ ମିଶ୍ର,ପି ଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ, ଆମ୍ବାଗୁଡାର ପ୍ରଧାନ ଶିକ୍ଷକ ସୁନୀଲ କୁମାର ପାଢ଼ୀ, ବିଶିଷ୍ଟ ସମାଜସେବୀ ରାମନାଥ ପାଣିଗ୍ରାହୀ, ଆଲୁମିନୀ ସଭ୍ୟ ସଞ୍ଜୟ ସ୍ୱାର, ଝଗଊଉ ସଭ୍ୟ ଲଇଚନ କୁଲଦୀପ, ଲଇଚନ ନାଗ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଅଭିଭାବକ, ସାମ୍ବାଦିକ ଓ ଗ୍ରାମବାସୀମାନେ ମଧ୍ୟ ଉପସ୍ଥିତ ଥିଲେ । ବିଶେଷ ଭାବରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ । ସଭା ପରିଚାଳନା କରିଥିଲେ, କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ପ୍ରସନ୍ନ ପାଣିଗ୍ରାହୀ, ବେଦପାଠ କରିଥିଲେ ସଂସ୍କୃତ ଶିକ୍ଷକ ମନୋଜ କୁମାର ମିଶ୍ର, ବିବରଣୀ ପାଠ କରିଥିଲେ ରାଜଲକ୍ଷ୍ମୀ ପ୍ରିୟା ସାମନ୍ତରାୟ, ସାଜସଜ୍ଜା ଓ ପୁରସ୍କାର ବଂଟନରେ ବୃନ୍ଦାବତୀ ଖରା, ଚନ୍ଦନ ବେବର୍ତା ଓ ଉମାରାଣୀ ସାହୁ ଏବଂ ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ସରିବା ପରେ ଶୁଭଙ୍କର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande