
ମୁମ୍ବାଇ, 20 ଜାନୁଆରି (ହି.ସ.)- ଅଭିନେତା ଅକ୍ଷୟ
କୁମାରଙ୍କ ସୁରକ୍ଷା କାଫିଲାର ଗାଡ଼ି ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଛି। ଅକ୍ଷୟ କୁମାର ତାଙ୍କ
ପତ୍ନୀ ଟ୍ୱିଙ୍କଲ୍ ଖନ୍ନାଙ୍କ ସହିତ ଜୁହୁ ସ୍ଥିତ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ସୁରକ୍ଷା
ଯାନ ଏକ ଅଟୋ ସହ ଧକ୍କା ହୋଇଥିଲା। ତେବେଏହି ଦୁର୍ଘଟଣାରେ କୌଣସି ଧନଜୀବନ କ୍ଷତି ହୋଇନାହିଁ।
ସୂଚନା ଅନୁସାରେ, ଦ୍ରୁତ ଗତିର ଏକ ମର୍ସିଡିଜ୍ କାର ଗୋଟିଏ ଅଟୋ ସହିତ ଧକ୍କା ହୋଇଥିଲା।
ଏହାପରେ ଅଟୋଟିର ସନ୍ତୁଳନ ବିଗଡ଼ିଯାଇଥିଲା ଏବଂ ଅଟୋ ଅକ୍ଷୟ କୁମାରଙ୍କ ସିକ୍ୟୁରିଟି ଏସୟୁଭି
ସହିତ ଧକ୍କା ଖାଇଥିଲା। ଏହି ଦୁର୍ଘଟଣା ଜୁହୁର ସିଲ୍ଭର ବିଚ୍ କାଫେ ନିକଟରେ ଘଟିଥିଲା। ଏହା ପରେ
କିଛି ସମୟ ପର୍ଯ୍ୟନ୍ତ ଯାତାୟାତ ପ୍ରଭାବିତ ହୋଇଥିଲା।
ଦୁର୍ଘଟଣା ପରେ ଅକ୍ଷୟ
କୁମାର ନିଜେ ଗାଡ଼ିରୁ ବାହାରି ଆସି ଆହତମାନଙ୍କୁ ସହାୟତା କରିବା ପାଇଁ ଆଗକୁ ଆସିଥିଲେ। ଏହି
ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା