
ଯେଉଁ ନେତା ନିଜକୁ ବାଘ ବୋଲି କହୁଛି, ସେ ହେଉଛି କାଗଜ ବାଘ
ଭୁବନେଶ୍ୱର, ୨୦ ଜାନୁୟାରୀ (ହି.ସ)- ଯାଜପୁର ନେତାଙ୍କ ବୈଠକ ପରେ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇ ଓରଫ୍ ଡାନି। ସେ କହିଛନ୍ତି ନେତା ତିଆରି କରିବାର ଚାବି କାଠି ସାଧାରଣ ଭୋଟରଙ୍କ ପାଖରେ । ଗଣତନ୍ତ୍ରରେ ଜନତା ହିଁ ମାଲିକ, ଜନତା ହିଁ ଭଗବାନ । ଆଗାମୀ ପଂଚାୟତ ନିର୍ବାଚନରେ ଜନ ସାଧାରଣ ହିଁ ନିଷ୍ପତି ନେବେ । ସାଧାରଣ ଲୋକଙ୍କୁ ସମ୍ମାନ ଦେବା, ଲୋକଙ୍କ ମତ ନେଇ କାର୍ଯ୍ୟକ୍ରମ କରିବା । ଏଠି ସବୁ ମଣିଷ । କେହି ବାଘ ନୁହନ୍ତି, ଯଦି କେଉଁ ନେତା ନିଜକୁ ବାଘ ବୋଲି କହୁଛି, ସେ ହେଉଛି କାଗଜ ବାଘ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା