ନୀତୀନ ନବୀନ ହେଲେ ବିଜେପିର 12ତମ ଅଧ୍ୟକ୍ଷ, ମୋଦିଙ୍କ ଉପସ୍ଥିତିରେ ହେଲା ଘୋଷଣା
ନୂଆଦିଲ୍ଲୀ, 20 ଜାନୁଆରି (ହି.ସ.)- ଭାରତୀୟ ଜନତା ପାର୍ଟି (ବିଜେପି)କୁ ଆଜି ନିତିନ ନବୀନଙ୍କ ଭାବେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ମିଳିଛି। ବିଜେପିର ଦୀନଦୟାଲ ମାର୍ଗ ସ୍ଥିତ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ
ପିଏମ-ନୀତୀନ


ନୂଆଦିଲ୍ଲୀ, 20 ଜାନୁଆରି (ହି.ସ.)- ଭାରତୀୟ ଜନତା

ପାର୍ଟି (ବିଜେପି)କୁ ଆଜି ନିତିନ ନବୀନଙ୍କ ଭାବେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ମିଳିଛି। ବିଜେପିର

ଦୀନଦୟାଲ ମାର୍ଗ ସ୍ଥିତ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ

ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ପରିଚାଳନା କରୁଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଡ଼. କେ.

ଲକ୍ଷ୍ମଣ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଶ୍ରୀ ନବୀନଙ୍କୁ ବିଜେପିର ୧୨ତମ ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭାବେ ନିର୍ବିରୋଧ ଭାବେ ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ। ଘୋଷଣା ସହିତ ସହିତ ସେଠାରେ

ଉପସ୍ଥିତ ବହୁ ସଂଖ୍ୟକ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଥିଲା। ସେମାନେ ଢୋଲ

ବାଜାଇ ଓ ନାରାବାଜି କରି ଖୁସି ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦି

ନିତିନ ନବୀନଙ୍କୁ ପୁଷ୍ପମାଳା ପିନ୍ଧାଇ ବିଜେପି ଅଧ୍ୟକ୍ଷ ହେବା ପାଇଁ ଅଭିନନ୍ଦନ ଜଣାଇଥିଲେ ଏବଂ

ସଫଳ ନେତୃତ୍ୱ ପାଇଁ ଶୁଭକାମନା ଦେଇଥିଲେ। ବିଦାୟୀ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ମଧ୍ୟ ଶ୍ରୀ

ନବୀନଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜଣାଇଥିଲେ। ଏହି ଅବସରରେ ବିଜେପି ମୁଖ୍ୟାଳୟର ମଞ୍ଚରେ

ପୂର୍ବତନ ବିଜେପି ଅଧ୍ୟକ୍ଷ ଓ କେନ୍ଦ୍ରୀୟ ମନ୍ତ୍ରୀ ଜେ. ପି. ନଡ୍ଡା, କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରୀୟ ମନ୍ତ୍ରୀ ନିତିନ ଗଡକରୀ ଓ ରକ୍ଷାମନ୍ତ୍ରୀ ରାଜନାଥ ସିଂହ

ଉପସ୍ଥିତ ଥିଲେ। ସେମାନେ ମଧ୍ୟ ନିତିନ ନବୀନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଶ୍ରୀ ନଡ୍ଡା ତାଙ୍କ ସ୍ୱାଗତ

ଭାଷଣରେ କହିଥିଲେ ଯେ ପୃଥିବୀର ସବୁଠୁ ବଡ଼ ଦଳର ଜାତୀୟ ଅଧ୍ୟକ୍ଷ ଭାବେ ନିତିନ ନବୀନ ଦାୟିତ୍ୱ

ଗ୍ରହଣ କରୁଛନ୍ତି। ସେ କହିଥିଲେ ଯେ ଏହି ମହାନ ଦଳ ଶ୍ୟାମା ପ୍ରସାଦ ମୁଖର୍ଜୀଙ୍କ ନେତୃତ୍ୱରେ

ଜନସଂଘ ଭାବେ ଆଗକୁ ବଢ଼ିବାର ସୌଭାଗ୍ୟ ପାଇଥିଲା। ପରେ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡ଼ଭାଣୀ ଓ କୁଶାଭାଉ ଠାକରେ ଏହାକୁ ବିଜେପି ଭାବେ ଆଗକୁ

ବଢ଼ାଇଥିଲେ।

ନଡ୍ଡା କହିଥିଲେ ଯେ ଆଜି

ଏକ ଅତ୍ୟନ୍ତ ଐତିହାସିକ ଅବସର, ଯେତେବେଳେ ପୃଥିବୀର ସବୁଠୁ ବଡ଼ ରାଜନୈତିକ ଦଳ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଆମର

ଯୁବ,

ଉର୍ଜାଶୀଳ ଓ ପ୍ରତିଭାଶାଳୀ ନିତିନ ନବୀନ ଦାୟିତ୍ୱ ଗ୍ରହଣ କରୁଛନ୍ତି।

ସେ କହିଥିଲେ, “ନିତିନ

ନବୀନ ମୂଳତଃ ଜଣେ କାର୍ଯ୍ୟକର୍ତ୍ତା, ବିଚାରଧାରାତ୍ମକ ପୃଷ୍ଠଭୂମିରେ ପକ୍କ ଏବଂ ଅତ୍ୟନ୍ତ କମ୍ ବୟସରେ

ପାଞ୍ଚଥର ବିଧାୟକ ରହିଛନ୍ତି, ବର୍ତ୍ତମାନ ମଧ୍ୟ ବିଧାୟକ ଅଛନ୍ତି। ବିହାର ସରକାରରେ ସେ ଅନେକଥର ମନ୍ତ୍ରୀ ଥିଲେ। ଆମ

ଜାତୀୟ ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଭାବେ ସମଗ୍ର ଦେଶ ଭ୍ରମଣ କରିବାର ସୁଯୋଗ ପାଇଥିଲେ

ଏବଂ ଦେଶକୁ ଭଲଭାବେ ବୁଝିଥିଲେ। ସେ ସିକ୍କିମର ପ୍ରଭାରୀ ଏବଂ ଛତିଶଗଡ଼ର ପ୍ରଭାରୀ ମଧ୍ୟ ଥିଲେ, ଯେଉଁଠାରେ ବିଜେପି ସରକାର ଗଠନରେ ତାଙ୍କର ବଡ଼ ଅବଦାନ ରହିଛି। ଏପରି

ଯୁବ,

ଉର୍ଜାଶୀଳ ଓ ପ୍ରତିଭାଶାଳୀ ବ୍ୟକ୍ତିତ୍ୱ ଆଜି ଜାତୀୟ ଅଧ୍ୟକ୍ଷ ଭାବେ

ଦାୟିତ୍ୱ ଗ୍ରହଣ କରିଛନ୍ତି।”

ଉଲ୍ଲେଖନୀୟ ଯେ, ୧୬ ଜାନୁଆରୀରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ

କାର୍ଯ୍ୟକ୍ରମ ସମ୍ପର୍କିତ ଅଧିସୂଚନା ଜାରି କରାଯାଇଥିଲା ଏବଂ ସେହି ଦିନ ନିର୍ବାଚନ ତାଲିକା

ପ୍ରକାଶିତ ହୋଇଥିଲା। ଏହାନୁସାରେ ନାମାଙ୍କନ ପ୍ରକ୍ରିୟା ସୋମବାର ୧୯ ଜାନୁଆରୀ ଅପରାହ୍ନ ୨ଟାରୁ

ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଦଳର କେନ୍ଦ୍ରୀୟ ମୁଖ୍ୟାଳୟରେ ଚାଲିଥିଲା।

ବିଜେପିର ରାଷ୍ଟ୍ରୀୟ

ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ଭାବେ କେବଳ କାର୍ଯ୍ୟକାରୀ ଅଧ୍ୟକ୍ଷ ନିତିନ ନବୀନ ନାମାଙ୍କନ ଦାଖଲ

କରିଥିଲେ। ଅଧ୍ୟକ୍ଷ ପଦ ପାଇଁ ସର୍ବମୋଟ ୩୭ଟି ସେଟ୍‌ରେ ନାମାଙ୍କନ ପତ୍ର ଦାଖଲ ହୋଇଥିଲା, ଯାହା ସବୁ ନିତିନ ନବୀନଙ୍କ ପକ୍ଷରେ ଥିଲା। ଯାଞ୍ଚ ପରେ ସମସ୍ତ

ନାମାଙ୍କନ ପତ୍ର ନିୟମାନୁସାରେ ଠିକ୍‌ ଥିବା ପ୍ରମାଣିତ ହୋଇଥିଲା।

ରାଷ୍ଟ୍ରୀୟ ଅଧ୍ୟକ୍ଷ

ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ୩୬ଟି ପ୍ରଦେଶ ମଧ୍ୟରୁ ୩୦ଟି ପ୍ରଦେଶରେ ପ୍ରଦେଶ

ଅଧ୍ୟକ୍ଷମାନଙ୍କର ନିର୍ବାଚନ ସମ୍ପନ୍ନ କରାଯାଇଥିଲା, ଯାହା ନ୍ୟୁନତମ ଆବଶ୍ୟକ ୫୦ ପ୍ରତିଶତରୁ ଅଧିକ ଅଟେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande