ଭାରତୀୟ ତଟରକ୍ଷୀ ବାହିନୀ ୨୪ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଗିରଫ କଲା
କୋଲକାତା, ୨୦ ଜାନୁଆରୀ (ହି.ସ.)- ଭାରତୀୟ ତଟରକ୍ଷୀ ବାହିନୀ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ବଙ୍ଗୋପସାଗରରେ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ଉଲ୍ଲଂଘନ କରିବା ଅଭିଯୋଗରେ ୨୪ ଜଣ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି । ପରେ ସମସ୍ତଙ୍କୁ ପଶ୍ଚିମବଙ୍ଗ ପୁଲିସର ତଟରକ୍ଷୀ ଶାଖାକୁ ହସ୍ତା
ଭାରତୀୟ ତଟରକ୍ଷୀ ବାହିନୀ ୨୪ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଗିରଫ କଲା


କୋଲକାତା, ୨୦ ଜାନୁଆରୀ (ହି.ସ.)- ଭାରତୀୟ ତଟରକ୍ଷୀ ବାହିନୀ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ବଙ୍ଗୋପସାଗରରେ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ଉଲ୍ଲଂଘନ କରିବା ଅଭିଯୋଗରେ ୨୪ ଜଣ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି । ପରେ ସମସ୍ତଙ୍କୁ ପଶ୍ଚିମବଙ୍ଗ ପୁଲିସର ତଟରକ୍ଷୀ ଶାଖାକୁ ହସ୍ତାନ୍ତର କରାଯାଇଛି ।

ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟର ପୂର୍ବ କମାଣ୍ଡ ମୁଖ୍ୟାଳୟ ମଙ୍ଗଳବାର ଦିନ କହିଛି ଯେ, ସୋମବାର ପ୍ରତ୍ୟୁଷରେ ପାଟ୍ରୋଲିଂ କରୁଥିବା ସମୟରେ ଏକ ତଟରକ୍ଷୀ ବାହିନୀ ଜାହାଜ ଭାରତୀୟ ଜଳସୀମା ମଧ୍ୟରେ ଏକ ବାଂଲାଦେଶୀ ମାଛଧରା ଟ୍ରଲରକୁ ଦେଖିଥିଲା । ତା’ପରେ ତଟରକ୍ଷୀ ବାହିନୀ ଜାହାଜ ଟ୍ରଲରକୁ ପିଛା କରି ଭାରତୀୟ ଜଳସୀମା ମଧ୍ୟରେ ଏହାକୁ ଧରିଥିଲା । ପ୍ରାଥମିକ ପଚରାଉଚରା ପରେ, ସୋମବାର ଅପରାହ୍ନରେ ମତ୍ସ୍ୟଜୀବୀମାନଙ୍କୁ ଫ୍ରେଜରଗଞ୍ଜ ଉପକୂଳ ପୋଲିସ ଷ୍ଟେସନକୁ ହସ୍ତାନ୍ତର କରାଯାଇଥିଲା ।

ପଚରାଉଚରା ସମୟରେ, ମତ୍ସ୍ୟଜୀବୀମାନେ ଦାବି କରିଥିଲେ ଯେ, ଘନ କୁହୁଡ଼ି ଯୋଗୁଁ ସେମାନେ ଅଜାଣତରେ ଭାରତୀୟ ଜଳସୀମାରେ ପ୍ରବେଶ କରିଥିଲେ । ତଥାପି, ପୋଲିସ ସୂତ୍ର କହୁଛି ଯେ, ଅନୁପ୍ରବେଶ ଦୁର୍ଘଟଣାଜନିତ କିମ୍ବା ଏହା ପଛରେ ଅନ୍ୟ କୌଣସି ଉଦ୍ଦେଶ୍ୟ ରହିଛି ତାହା ନିର୍ଣ୍ଣୟ କରିବା ପାଇଁ ଅଧିକ ପଚରାଉଚୁରା ଜାରି ରହିଛି । ଗିରଫ ମତ୍ସ୍ୟଜୀବୀମାନେ କୌଣସି ବୈଧ ପରିଚୟ ପତ୍ର ମଧ୍ୟ ଦେଖାଇ ପାରିନାହାଁନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande