
ନୂଆଦିଲ୍ଲୀ, 20 ଜାନୁଆରି (ହି.ସ.)- ଭାରତୀୟ ଜନତା ପାର୍ଟି (ବିଜେପି)ର କମାଣ୍ଡ ଆଜି ଗ୍ରହଣ କରିବାକୁ ଯାଉଥିବା
ନିତିନ ନବୀନ ସକାଳେ ବିଭିନ୍ନ ଧାର୍ମିକ ସ୍ଥଳରେ ପୂଜା–ଅର୍ଚ୍ଚନା କରିଛନ୍ତି। ତାଙ୍କ ସହ ଦିଲ୍ଲୀ ବିଜେପି ଅଧ୍ୟକ୍ଷ
ବୀରେନ୍ଦ୍ର ସଚଦେବା, ଦିଲ୍ଲୀ ସରକାରର ମନ୍ତ୍ରୀ ପ୍ରବେଶ
ସାହିବ ସିଂହ ଓ ମନଜିନ୍ଦର ସିଂହ ସିରସା, ବିଜେପିର ଜାତୀୟ ସହ–ମିଡିଆ ପ୍ରମୁଖ ସଞ୍ଜୟ ମୟୁଖ ଆଦି ଉପସ୍ଥିତ ଥିଲେ।
ନିତିନ ନବୀନ ପ୍ରଥମେ ଝଣ୍ଡେୱାଲାନ୍ ସ୍ଥିତ ମାତା ଝଣ୍ଡେୱାଲା ମନ୍ଦିରରେ ପୂଜା–ଅର୍ଚ୍ଚନା କରିଥିଲେ। ଏହା ପରେ ମନ୍ଦିର ମାର୍ଗ ସ୍ଥିତ ବାଲ୍ମୀକି
ମନ୍ଦିର, ବାବା ଖଡଗସିଂହ ମାର୍ଗର ପ୍ରାଚୀନ
ହନୁମାନ ମନ୍ଦିର ଓ ଗୁରୁଦ୍ୱାରା ବଙ୍ଗଳା ସାହିବରେ ପହଞ୍ଚି ପୂଜା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା