ବ୍ଲକସ୍ତରୀୟ ୱାଟରସେଡ ମହୋତ୍ସବ ଅନୁଷ୍ଠିତ
ନୂଆପଡ଼ା, ୨୦ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଖାସବାହାଲ ପଞ୍ଚାୟତର ଚଚରାଭଟା ଗ୍ରାମରେ ୱାଟରସେଡ ମହୋତ୍ସବ ୨୦୨୬ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଜଳ ବିଭାଜିକା ଖଡ଼ିଆଳ ଅନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ
Block level watershed mahoschav


ନୂଆପଡ଼ା, ୨୦ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଖାସବାହାଲ ପଞ୍ଚାୟତର ଚଚରାଭଟା ଗ୍ରାମରେ ୱାଟରସେଡ ମହୋତ୍ସବ ୨୦୨୬ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଜଳ ବିଭାଜିକା ଖଡ଼ିଆଳ ଅନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାର ଉଦଘାଟନ କରିବା ସହ ଜଳ ସଂରକ୍ଷଣ ହିଁ ଭବିଷ୍ୟତରେ ପୃଥିବୀକୁ ରକ୍ଷା କରିପାରିବ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବରେ ନୂଆପଡ଼ା ଜିଲ୍ଲାପାଳ ମଧୁସୁଦନ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲୀ ମାଝୀ, ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି, ଜିଲ୍ଲା ପରିଷଦ ସଦସ୍ୟ ତ୍ରୟ ମାଲ୍ୟବନ୍ତ ସୁନା, ଚିତ୍ତରଞ୍ଜନ ବେହେରା ଓ ତନୟା ଶବର, ଖାସବାହାଲ ସରପଞ୍ଚ କୁନୁ ଚରଣ ବେହେରା, ସମିତିସଭ୍ୟ ହେମନ୍ତ ଶବର ପ୍ରମୁଖ ଯୋଗଦେଇ ଜଳ ଜମି ଜଙ୍ଗଲର ସୁରକ୍ଷା କଲେ ପରିବେଶ ସୁସ୍ଥ ରହିପାରିବ ବୋଲି କହିଥିଲେ । ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ରଶ୍ମୀ ରଞ୍ଜନ ପାତ୍ର କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ ମୃତ୍ତିକା ସଂରକ୍ଷଣ ଶପଥ ପାଠ, ବୃକ୍ଷରୋପଣ, ଶ୍ରମଦାନ, ଭୁମିପୂଜନ, କୃଷକ ମାନଙ୍କୁ ସମ୍ବର୍ଦ୍ଧନା, ଜଳ ବିଭାଜିକା ଉପରେ ନାଟକ ପ୍ରଦର୍ଶନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୃଷି ଉଦ୍ୟାନ, କୃଷି, ପଶୁ ସମ୍ପଦ ତଥା ମୃତ୍ତିକା ସଂରକ୍ଷଣ ବିଭାଗ ଷ୍ଟଲ ଗୁଡିକ ପ୍ରଦର୍ଶିତ ହୋଇଥିଲା। ଏଥିରେ ସହସ୍ରାଧିକ ଜନ ସାଧାରଣ ଯୋଗଦେଇ ଜଳ ବିଭାଜିକାର ଅନେକ ନୂଆ ଯୋଜନା ବାବଦରେ ଜାଣିବାକୁ ପାଇଥିଲେ l

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande