ପ୍ରତିଶ୍ରୁତିରୁ ଓହରିଲା ଏଲ.ଏଣ୍ଡ.ଟି ଠିକା କମ୍ପାନୀ : କାର୍ଯ୍ୟାଳୟ ବାହାରେ ଗ୍ରାମବାସୀଙ୍କ ହୋହାଲ୍ଲା
ଚମ୍ପୁଆ, ୨୦ ଜାନୁଆରି (ହି.ସ.) - ଚମ୍ପୁଆ ବ୍ଲକ ଅନ୍ତର୍ଗତ କୋଦଗାଡିଆ ଠାରେ ଥିବା ବସୁଧା ଯୋଜନାର ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କୋଦଗାଡିଆ ଠାରେ ପ୍ରକଳ୍ପ ନିର୍ମାଣ ସମୟରେ ପଲ୍ଲୀ ସଭାରେ ଦେଇଥିବା ପ୍ରତିଶ୍ରୁତିରୁ ଏଲ.ଏଣ୍ଡ ଟି. ଠିକା କମ୍ପାନୀ ଓହରି ଯିବାରୁ ଗ୍ରାମବାସୀ କମ୍ପାନୀ ବାହାରେ ହୋ ହାଲ
ପ୍ରତିଶ୍ରୁତିରୁ ଓହରିଲା ଏଲ.ଏଣ୍ଡ.ଟି ଠିକା କମ୍ପାନୀ : କାର୍ଯ୍ୟାଳୟ ବାହାରେ ଗ୍ରାମବାସୀଙ୍କ ହୋହାଲ୍ଲା


ଚମ୍ପୁଆ, ୨୦ ଜାନୁଆରି (ହି.ସ.) - ଚମ୍ପୁଆ ବ୍ଲକ ଅନ୍ତର୍ଗତ କୋଦଗାଡିଆ ଠାରେ ଥିବା ବସୁଧା ଯୋଜନାର ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କୋଦଗାଡିଆ ଠାରେ ପ୍ରକଳ୍ପ ନିର୍ମାଣ ସମୟରେ ପଲ୍ଲୀ ସଭାରେ ଦେଇଥିବା ପ୍ରତିଶ୍ରୁତିରୁ ଏଲ.ଏଣ୍ଡ ଟି. ଠିକା କମ୍ପାନୀ ଓହରି ଯିବାରୁ ଗ୍ରାମବାସୀ କମ୍ପାନୀ ବାହାରେ ହୋ ହାଲ୍ଲା କରିବା ସହ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବାକୁ ଚେଷ୍ଟା କରିଥିଲେ। କୋଦଗାଡିଆ ଠାରେ ବସୁଧା ଯୋଜନାର ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରୁଥିବା ଏଲ ଏଣ୍ଡ ଟି କମ୍ପାନୀ କାର୍ଯ୍ୟ ଆରମ୍ଭ ପୂର୍ବରୁ ଜମି ଅଧିଗ୍ରହଣ ପାଇଁ କରା ଯାଇଥିବା ଗ୍ରାମସଭାରେ ଗ୍ରାମରେ ସ୍କୁଲ ଗୃହ ନିର୍ମାଣ, ଠାକୁରାଣୀ ଶାଳରେ ପାଚେରୀ, ଗ୍ରାମରେ କୀର୍ତନ ମଣ୍ଡପ, ଗାଁରେ ସୋଲାର ଲାଇଟ୍‌, ଗାଁ ର ସବୁ ରାସ୍ତା କଙ୍କ୍ରିଟ କରଣ ସହିତ ଗାଁ ର ପ୍ରତି ସାହିକୁ ପିଇବା ପାଣି ଯୋଗାଣ ପ୍ରତିଶ୍ରୁତି ଦେଇଥିଲା ମାତ୍ର ଏବେ କମ୍ପାନୀ ପ୍ରତିଶ୍ରୁତିରୁ ଓହରି ଯିବାକୁ ନେଇ ଗ୍ରାମବାସୀ କମ୍ପାନୀ ଫାଟକ ବାହାରେ ହୋ ହାଲ୍ଲା କରିଥିଲେ। ଏ ସମ୍ପର୍କରେ ଖବର ପାଇ ଚମ୍ପୁଆ ବିଡ଼ିଓ ଏବଂ ଚମ୍ପୁଆ ଥାନା ଅଧିକାରୀ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାଶୁଝା କରିବା ପରେ ଗ୍ରାମବାସୀ ନିଜ ଜିଦରୁ ଓହରିଥିବା ଦେଖିବାକୁ ମିଳିଥିଲା।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande