ଧାମନଗରରେ ବିଶାଳ ହିନ୍ଦୁ ସମ୍ମିଳନୀ, ଦେଶ ଓ ସଂସ୍କୃତିର ସୁରକ୍ଷା ପାଇଁ ଆହ୍ୱାନ
ଭଦ୍ରକ, ୨୦ ଜାନୁଆରୀ (ହି.ସ.) - ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ସେବା ଓ ସଂସ୍କାରର ୧୦୦ ବର୍ଷ ପୂର୍ତି ଅବସରରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଧାମନଗର ମେଲଣ ପଡ଼ିଆ ଠାରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସନାତନ ଧର୍ମର ରକ୍ଷା, ଭାରତୀୟ ସଂସ୍କୃ
DHAMNAGAR HINDU SAMILANI


ଭଦ୍ରକ, ୨୦ ଜାନୁଆରୀ (ହି.ସ.) - ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ସେବା ଓ ସଂସ୍କାରର ୧୦୦ ବର୍ଷ ପୂର୍ତି ଅବସରରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଧାମନଗର ମେଲଣ ପଡ଼ିଆ ଠାରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସନାତନ ଧର୍ମର ରକ୍ଷା, ଭାରତୀୟ ସଂସ୍କୃତିର ସଂରକ୍ଷଣ ଏବଂ ଦେଶର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଛି।ଭବ୍ୟ କଳସ ଯାତ୍ରା ଓ ଯଜ୍ଞ ସମ୍ମିଳନୀ ପୂର୍ବରୁ ଏକ ଭବ୍ୟ କଳସ ଯାତ୍ରା ସହ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ପବିତ୍ର ପରିବେଶରେ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ଆଧ୍ୟାତ୍ମିକତାର ଜୟଗାନ କରିଥିଲେ। ଅଜିତ ଦାସ ଙ୍କ ସଂଚାଳନା ରେ ଆୟୋଜିତ ଏହି ସଭାରେ ବାଲେଶ୍ୱର ବିଭାଗର ମୁଖ୍ୟ ବିଷ୍ଣୁ ଚରଣ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ନିଜ ବକ୍ତବ୍ୟରେ କହିଥିଲେ ଯେ, ଦେଶ ସୁରକ୍ଷିତ ରହିଲେ ହିଁ ଆମେ ସୁରକ୍ଷିତ ରହିବା। ଧର୍ମ ଅସୁରକ୍ଷିତ ହେଲେ ହିନ୍ଦୁ ସମାଜ ମଧ୍ୟ ଅସୁରକ୍ଷିତ ହୋଇଯିବ। ଅନ୍ୟତମ ବକ୍ତା ଭାବେ ଅଧ୍ୟାପକ ଚିତରଞ୍ଜନ ଦାସ, କବି ଚନ୍ଦନ ମହାପାତ୍ର ଏବଂ ଗୁରୁମା ସନ୍ଧ୍ୟା ରାଣୀ ମହାପାତ୍ର ଯୋଗଦେଇ ଭାରତୀୟ ସଂସ୍କୃତିର ମହତ୍ୱ ଉପରେ ଆଲୋକପାତ କରିଥିଲେ। ବକ୍ତାମାନେ ମତ ଦେଇଥିଲେ ଯେ, ଭାରତକୁ ଏକ ନିର୍ଦ୍ଦିଷ୍ଟ ବିଦେଶୀ ଚିନ୍ତାଧାରାରେ ପରିଣତ କରିବା ପାଇଁ ବଡ଼ ଧରଣର ଚକ୍ରାନ୍ତ ଚାଲିଛି। ଯଦି ଭାରତର ସଂସ୍କୃତି ବଂଚିବ, ତେବେ ହିଁ ଦେଶରୁ ବିଧର୍ମୀ ଙ୍କ ପ୍ରଭାବ ଦୂର ହେବ। ସଂସ୍କାରର ଶହେ ବର୍ଷ ଜଝଝ ର ୧୦୦ ବର୍ଷର ସେବା ଯାତ୍ରାକୁ ସ୍ମରଣ କରି ଉପସ୍ଥିତ ଅତିଥିମାନେ କହିଥିଲେ ଯେ, ସଂଘର ସେବା ଓ ସଂସ୍କାର ହିଁ ଆଜି ହିନ୍ଦୁ ସମାଜକୁ ଏକଜୁଟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ହିନ୍ଦୁତ୍ୱ ର ଜାଗରଣ ହିଁ ଭାରତର ଅଖଣ୍ଡତା କୁ ବଜାୟ ରଖିବ।କାର୍ଯ୍ୟକ୍ରମର ଶେଷରେ ସରୋଜ ମହାପାତ୍ର ସମସ୍ତ ଅତିଥି ଓ କର୍ମକର୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମ୍ମିଳନୀରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଓ କର୍ମକର୍ତା ଉପସ୍ଥିତ ରହି ଧର୍ମରକ୍ଷା ପାଇଁ ସଂକଳ୍ପ ନେଇଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande