ଧାମନଗର ଏନଏସିରେ ସରକାରୀ ପାଣ୍ଠିର ଶ୍ରାଦ୍ଧ, ୩ ବର୍ଷ ହେଲା ଖତ ଖାଉଛି ୪ ଟି ଗାଡ଼ି, ହିସାବ ମାଗିବାରୁ ସାମ୍ବାଦିକଙ୍କୁ ଅଧିକାରୀଙ୍କ ଦୁର୍ବ୍ୟବହାର
ଭଦ୍ରକ, ୨୦ ଜାନୁଆରୀ (ହି.ସ.) - ସରକାରୀ ପାଣ୍ଠିର ଅପବ୍ୟବହାର ଏବଂ ଅଧିକାରୀଙ୍କ ମନମୁଖୀ ଶାସନ ଏବେ ଧାମନଗର ବିଜ୍ଞାପିତ ଅଂଚଳ ପରିଷଦ (ଏନ ସି) ର ଅସଲ ଚେହେରାକୁ ପଦାରେ ପକାଇଛି। ସହରର ସ୍ୱଚ୍ଛତା ପାଇଁ ଲକ୍ଷ ଲକ୍ଷ ଟଙ୍କାରେ କିଣାଯାଇଥିବା ସମ୍ପତି ଏବେ ଖୋଲା ଆକାଶ ତଳେ ପଡ଼ି ନଷ୍ଟ ହେଉଥିବା ବେଳେ, ଏହ
DHAMNAGAR NAC SARAKARI ARTHA SRADHA


ଭଦ୍ରକ, ୨୦ ଜାନୁଆରୀ (ହି.ସ.) - ସରକାରୀ ପାଣ୍ଠିର ଅପବ୍ୟବହାର ଏବଂ ଅଧିକାରୀଙ୍କ ମନମୁଖୀ ଶାସନ ଏବେ ଧାମନଗର ବିଜ୍ଞାପିତ ଅଂଚଳ ପରିଷଦ (ଏନ ସି) ର ଅସଲ ଚେହେରାକୁ ପଦାରେ ପକାଇଛି। ସହରର ସ୍ୱଚ୍ଛତା ପାଇଁ ଲକ୍ଷ ଲକ୍ଷ ଟଙ୍କାରେ କିଣାଯାଇଥିବା ସମ୍ପତି ଏବେ ଖୋଲା ଆକାଶ ତଳେ ପଡ଼ି ନଷ୍ଟ ହେଉଥିବା ବେଳେ, ଏହାର କାରଣ ପଚାରିବାରୁ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର । କରିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନାୟକ।ସୂଚନା ଥାଉକି ୩ ବର୍ଷ ହେଲା ବ୍ୟବହାର ଶୂନ୍ୟ ଗାଡ଼ିରେ ଲାଗିଲାଣି କଳଙ୍କି ଦେଖବାକୁ କେହି ନାହିଁ।ପ୍ରକାଶ ଥାଉକି ଧାମନଗର ଏନଏସି ର ୩ ନମ୍ବର ୱାର୍ଡରେ ଅଳସୁଆ ପଦା ଠାରେ ଥିବା 'ମଳ ବିଶୋଧନ ଗାର' (ୠଝଞଚ) ପରିସରରେ ୪ ଟି ଅଳିଆ ବୁହା ଚାରିଚକିଆ ଯାନ ପ୍ରାୟ ୩ ବର୍ଷ ହେବ ପଡ଼ି ରହିଛି। ସହରର ପରିମଳ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ଏହି ଗାଡ଼ି ଗୁଡ଼ିକ କିଣା ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗୋଟିଏ ବି ଗାଡ଼ି କାମରେ ଲଗାଯାଇ ନାହିଁ। ଫଳରେ ଲକ୍ଷାଧିକ ଟଙ୍କାର ଏହି ସରକାରୀ ଗାଡ଼ି ଗୁଡ଼ିକ ଏବେ କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି। ଟାୟାର ଗୁଡ଼ିକ ନଷ୍ଟ ହୋଇ ଗଲାଣି।ଯଦି ବ୍ୟବହାର କରିବାର ନଥିଲା, ତେବେ କାହିଁକି ସରକାରି ଅର୍ଥ ଲଗା ଯାଇ କିଣା ଗଲା ଏବଂ ସରକାରୀ ଟଙ୍କାକୁ କାହିଁକି ଏଭଳି ପାଣି ପରି ବୁହା ଗଲା, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏହି ସମ୍ବେଦନଶୀଳ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ଯାଇଥିବା ବେଳେ ସାମ୍ବାଦିକଙ୍କୁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅହଂକାର ର ସାମ୍ନା କରିବାକୁ ପଡ଼ିଛି। କାହିଁକି ଗାଡ଼ି କିଣା ହେଲା ଏବଂ କାମରେ ଲାଗୁନି କାହିଁକି! ଏହି ପ୍ରଶ୍ନର ଉତର ରଖିବା ପରିବର୍ତେ ଅଧିକାରୀ ଜଣକ ଉଗ୍ର ହୋଇ ସାମ୍ବାଦିକଙ୍କୁ ତୁରନ୍ତ ଅଫିସରୁ ବାହାରି ଯିବାକୁ ବିରକ୍ତିର ସହ କହିଥିଲେ। ସରକାରୀ ଅଫିସକୁ ଯିବାର ଏବଂ ତଥ୍ୟ ଜାଣିବାର ଅଧିକାର ସମସ୍ତଙ୍କର ଥିବା ବେଳେ, ଅଧିକାରୀ ଜଣକ ରାଗ ଜର ଜର ରେ କେଉଁ ଆଧାରରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କଲେ, ତାହା କୁ ନେଇ ପ୍ରଶ୍ନ।ଅଧିକାରୀଙ୍କ ଏଭଳି ରୁକ୍ଷ ବ୍ୟବହାର ଏବଂ ସରକାରୀ ସମ୍ପତି ପ୍ରତି ଅବହେଳା ପଛରେ କୌଣସି ବଡ଼ ଧରଣର ଦୁର୍ନୀତି ଲୁଚି ରହିଥିବା ଆଶଙ୍କା କରାଯାଉଛି। ଏ ଦିଗରେ ଏନ ଏ ସି ଅଧ୍ୟକ୍ଷା ନିବେଦିତା ଜେନା ଙ୍କ ସହ ଯୋଗା ଯୋଗ କରିବାରୁ ସେ କହିଥିଲେ ଦୁଇ ବର୍ଷ ତଳେ ସରକାରୀ ରୀତି ନୀତି ରେ ରେଜୁଲେସନ କରା ଯାଇ ଚାରୋଟି ଅଳିଆ ସଫା ଗାଡ଼ି କିଣା ଯାଇଥିଲା। ମାତ୍ରା ଏହାର ରକ୍ଷଣା ବେଖଣ ଦାଇତ୍ୱ ଅଫିସ ରେ ଏପରି କି ଆର ଟି ଓ ରେ ନମ୍ୱର୍ ବି ହୋଇନାହିଁ ଫଳରେ ଗାଡ଼ି ଗୁଡିକ ବେଭାର ହୋଇ ପାରିନାହିଁ ବୋଲି ଅଧ୍ୟକ୍ଷା ଶ୍ରୀମତି ଜେନା କହିଛନ୍ତି। ସେପଟେ ରାଗ ଗର ଗର ରେ ମୁଁ କିଛି କହି ପାରିବି ନାହିଁ ଚାଲି ଯା ଅଧ୍ୟକ୍ଷା ଙ୍କୁ ପଚାରିବ ବୋଲି ଅଧିକାରି ଶ୍ରୀ ନାୟକ କହିଛନ୍ତି।ଯଦି ଏପରି ବିବାଦ ରହିଛି ତେବେ ଲକ୍ଷ ଲକ୍ଷ ଟଙ୍କାର ଖର୍ଚ୍ଚ କରା ଯାଇ ଗାଡ଼ି କିଣି କାହିଁକି ଖତ ଖୁଆ ଯାଉଛି।ଭଦ୍ରକ ଜିଲ୍ଲାପାଳ ଏହି ଘଟଣାକୁ ଗୁରୁତ୍ୱ ର ସହ ନେଇ ଉକ୍ତ ଗାଡ଼ି କିଣା ବିକା ର ତଦନ୍ତ କରିବା ସହ ଅଧିକାରି ଙ୍କ ମନ୍ ମୁଖୀ କାରବାର ଯୋଗୁଁ ତାଂକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande