
ଭୁବନେଶ୍ୱର, ୨୦ ଜାନୁଆରୀ (ହି.ସ.)- ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ିର ସମ୍ଭାବନା ରହିଛି ।
ଆଗାମୀ ୨୪ ଘଂଟା ମଧ୍ୟରେ (ଖୋର୍ଦ୍ଧା, ପୁରୀ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ) ଜିଲ୍ଲାର କେତେକ ସ୍ଥାନରେ ବିଶେଷ କରି ଭୋର୍ କିମ୍ବା ସକାଳ ସମୟରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇପାରେ । ସେହିପରି ୨୧ ତାରିଖ ସକାଳ ଠାରୁ ୨୨ ତାରିଖ ସକାଳ ସୁଦ୍ଧା (ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ) ଜିଲ୍ଲାର କେତେକ ସ୍ଥାନରେ ବିଶେଷ କରି ଭୋର୍ କିମ୍ବା ସକାଳ ସମୟରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇପାରେ ।
ଏହାର ପରବର୍ତୀ ଦୁଇ ଦିନ ଅର୍ଥାତ୍ ୨୨ ତାରିଖ ସକାଳ ଠାରୁ ୨୪ ତାରିଖ ସକାଳ ସୁଦ୍ଧା(ପୁରୀ, ଗଞ୍ଜାମ, ଗଜପତି, ଜଗତସିଂହପୁର) ଜିଲ୍ଲାର କେତେକ ସ୍ଥାନରେ ବିଶେଷ କରି ଭୋର୍ କିମ୍ବା ସକାଳ ସମୟରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇପାରେ । ଅନୁରୂପ ଭାବେ ୨୪ ତାରିଖ ସକାଳ ଠାରୁ ୨୫ ତାରିଖ ସକାଳ ସୁଦ୍ଧା (ଜଗତସିଂହପୁର, ପୁରୀ) ଜିଲ୍ଲାର କେତେକ ସ୍ଥାନରେ ବିଶେଷ କରି ଭୋର୍ କିମ୍ବା ସକାଳ ସମୟରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇପାରେ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ