
Bhubaneswar, 20 ଜାନୁଆରି (ହି.ସ.)
ଜୟପୁର
କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ମାଝୀଗୁଡା ପଂଚାୟତର ଖେମାବେଡ଼ା ଅଂଚଳରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି l ପୋଲିସ, ଅବକାରୀ, ବନବିଭାଗ ଏବଂ ରାଜସ୍ୱ ବିଭାଗର ଉପସ୍ଥିତିରେ ମିଳିତ ଚଢ଼ାଉ କରାଯଇଥିଲା l ଏହି ଚଢ଼ାଉରେ 49 ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି l ବୈପାରିଗୁଡା ଥାନା ଓଆଇସି ଡମ୍ବରୁଧର ବାତ୍ରିଆଙ୍କ ନିର୍ଦେଶ କ୍ରମେ ଏସ୍ଆଇ ସଞ୍ଜୀବ ବେହେରାଙ୍କ ନେତୃତ୍ୱରେ 24 ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ବେଳେ ଅବକାରୀ ଅଧିକ୍ଷକଅରୁଣ କୁମାର ପାଢ଼ୀ ଙ୍କ ନିର୍ଦେଶ କ୍ରମେ ନନ୍ଦପୁର ଅବକାରୀ ଅଧିକାରୀ ସୁଧୀର କୁମାର ସାହୁଙ୍କ ନେତୃତ୍ୱରେ 25 ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି l ମୋଟ 49 ଏକର ସରକାରୀ ଜାଗାରେ ଲାଗିଥିବା 58 ହଜାର ଆଠ ଶହ ଗଛ ନଷ୍ଟ କରାଯାଇଛି l ଏହାର ଆନୁମାନିକ ମୂଲ୍ୟ ପାଞ୍ଚ କୋଟି 88 ଲକ୍ଷ ହେବ ବୋଲି ସୂଚନା ରହିଛି l ଏଥିରେ ବୈପାରିଗୁଡା ଅତିରିକ୍ତ ତହସିଲଦାର ଝାଡେଶ୍ବର ସଉରା, ବୈପାରୀଗୁଡା ଭାରପ୍ରାପ୍ତ ଅବକାରୀ ଅଧିକାରୀ ଅଜୟ କୁମାର ନାୟକ, ଅବକାରୀ ବିଭାଗର ଡି ଏଫ ଏସ ଚନ୍ଦ୍ର ଶେଖର ପାଡିଆରୀ, ବୈପାରୀଗୁଡା ଏଏସଆଇ ସରୋଜ କୁମାର ବେହେରା ଏଏସଆଇ ଜୟପୁର ସୋନା ମାଝୀ, ରଘୁନାଥ ସାଉନ୍ତା, ମହେଶ ବେହେରା, ରାଉଡୁ ଦୀନବନ୍ଧୁ, ପ୍ରମୁଖ ଉପସ୍ଥିତ ରହି ଗଞ୍ଜେଇ ଗଛ ନଷ୍ଟ କରିବା ସହିତ ସେଥିରେ ନିଆଁ ଲଗାଇ ପୋଡି ଦେଇଥିବା ଜଣାପଡିଛି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି