



ସମ୍ବଲପୁର, ୨୦, ଜାନୁଆରୀ (ହି.ସ.)ନନ୍ଦୋତ୍ସବରେ ସାମିଲ ହେଲେ ହଜାର ହଜାର ଗୋପପୁରବାସୀ,
ଧନୁଯାତ୍ରା ର ତୃତୀୟ ଦିବସରେ ଗୋପପୁରରେ କୃଷ୍ଣଲୀଳା ଆରମ୍ଭ
ସମ୍ବଲପୁରୀ ଧନୁଯାତ୍ରା ର ତୃତୀୟ ଦିବସରେ ଗୋପପୁର ( ଚାଉଁରପୁର ) ରେ କୃଷ୍ଣ ଲୀଳା ଆରମ୍ଭ ହୋଇଯାଇଛି l ବାସୁଦେବ ଯମୁନା ପାରି ହୋଇ ଶ୍ରୀକୃଷ୍ଣ ଙ୍କୁ ଗୋପପୁର ପହଂଚିଥିଲେ l ନନ୍ଦରାଜା ଓ ମାତା ଙ୍କର ଯଶୋଦା ଙ୍କର କୃଷ୍ଣ ପ୍ରେମରେ ବିଭୋର ହୋଇ ଗୋପପୁର ବାସୀ ଙ୍କୁ ଉତ୍ସବ ମନେଇବାକୁ ଘୋଷଣା କରିବା ପରେ ଗୋପପୁରରେ ନନ୍ଦୋତ୍ସବ ପାଳିତ ହେଲା l ଏହି ସମୟରେ ସୁନ୍ଦରୀ ବେଶରେ ପୁତନା ରାକ୍ଷସୀ ସୁନ୍ଦରୀ ବେଶ ଧାରଣ କରି ଯଶୋଦା ଠୁ ଶ୍ରୀକୃଷ୍ଣ ଙ୍କୁ କ୍ଷୀର ପିଏଇବା ବାହାନାରେ ନେଇଯାଇଛି l ନନ୍ଦ ରାଜାଙ୍କର ପରିବାର ଓ ଗୋପପୁରବାସୀଙ୍କର ଭିତରେ ଆତଙ୍କ ଖେଳିଯାଇଛି l ହେଲେ ଶିଶୁ କୃଷ୍ଣ ଙ୍କ ଦ୍ୱାରା ପୁତନା ର ବଦ୍ଧ ହୋଇଛି l ଶ୍ରୀକୃଷ୍ଣ ଙ୍କର ଲୀଳାରେ ଗୋପପୁରବାସୀ ଉତ୍ସବ ମନେଇଛନ୍ତି l
ଏହି ଅବସରରେ ସୂର୍ଯ୍ୟ ପାଣିଗ୍ରାହୀ ଙ୍କର ସଂଯୋଜନା ରେ ଏକ ସଭା ଅନୁଷ୍ଠିତ ହୋଇଥିଲା ମୁଖ୍ୟ ଅତିଥି ଭାବରେ ରେଙ୍ଗାଲି ର ପୂର୍ବତନ ବିଧାୟକ ନାଉରି ନାଏକ, ସମ୍ମାନିତ ଅତିଥି ଭାବରେ ସମ୍ବଲପୁର ମୁନ୍ସିପାଲଟି ର ପୂର୍ବତନ ଉପ ନଗରପାଳ ତଥା ଜିଲ୍ଲା ବିଜେପି ସଭାପତି ରାମଚନ୍ଦ୍ର ମେହେର ଯୋଗ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁରୀ ଧନୁଯାତ୍ରା କମିଟି ର କମଳ ଲୋଚନ ପଣ୍ଡା, କୃଷ୍ଣଚନ୍ଦ୍ର ବାଗ, ଗୋପପୁର କମିଟି ର ସଭାପତି ଆଦିତ୍ୟ ପ୍ରସାଦ ନାୟକ, ସରୋଜ ମହାପାତ୍ର, ଗଣେଶ ମହତ୍ତମ, ସମ୍ବଲପୁରୀ ଧନୁଯାତ୍ରା ର ଲେଖକ ନିର୍ଦେଶକ ବବଲୁ ବାଗ, ପୂର୍ବତନ ସରପଞ୍ଚ ଯୋଗେନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ନାଏକ କହିଲେ ଯେ ସମ୍ବଲପୁରୀ ଧନୁଯାତ୍ରା ଆମର ସମ୍ବଲପୁରୀ ଭାଷା ଲାଗି ବଢ଼େଟେ ପାହା ଆଏ l ସମ୍ବଲପୁରୀ ଭାଷା ଆମର ମାଆ ମାଟିର ଭାଷା ଆଏ l ଆମେ ସଭେ ଆମର ସମ୍ବଲପୁରୀ ଭାଷା ର ବଡ଼ତି ଦିଗରେ ସାଥି ହୋଇ ଏହି ସାଂସ୍କୃତିକ ଆନ୍ଦୋଳନ କୁ ବର୍କଶ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ନାଏକ କହିଥିଲେ l ଶେଷରେ ଆୟୋଜନ କମିଟି ର ସଭାପତି ସଞ୍ଜୟ ବାବୁ ଧନ୍ୟବାଦ ଅର୍ପଣ କରିଥିଲେ l
ଆଜିର ଗୋପପୁର ର କାର୍ଯ୍ୟକ୍ରମ ରେ ଅଭିନୟରେ ଥିଲେ ଯୋଗେଶ ନନ୍ଦ, ଅନ୍ନପୂର୍ଣ୍ଣା ମିଶ୍ର, ସୁନିତା ପତି, ରଞ୍ଜନା ପୃଷ୍ଟି, ସମୀର କାନ୍ତ ସାହୁ,ସୌରୀ ପାଣିଗ୍ରାହୀ ଓ ଅନ୍ୟ କଳାକାର ମାନେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ l ଗୋପପୁର ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବବଲୁ ବାଗ, ସୂର୍ଯ୍ୟ ପାଣିଗ୍ରାହୀ, କୃଷ୍ଣ ଚନ୍ଦ୍ର ବାଗ l
ଆଜି କୃଷ୍ଣ ବଳରାମ ଙ୍କୁ ରଥାରୁଢ଼ କରି ଗୋପପୁର ର ଟିହିକିପାଲି, ସେନ୍ହlପାଲି, ବ୍ରହ୍ମପୁରା, ବଘବିରା, ଝରା ପାଲି, ବଡ଼ ସିଂହାରୀ, ମିସ୍ତ୍ରୀ ପଡା ଗ୍ରାମ ପରିକ୍ରମା କରିଥିଲେ l
ଏଥିସହ ମହାରାଜ କଂସ ତାଙ୍କର ମନ୍ତ୍ରୀ ପରିଷଦ ଙ୍କର ସହ ଧନୁପାଲି ମହାବୀର ପଡା ହନୁମାନ ମନ୍ଦିର ଠୁ ରଥାରୂଢ ହୋଇ ଧନୁପାଲି ଛକ, ଗୋବିନ୍ଦତୋଳା ଛକ, ଚାରଭାଟି ଛକ, ଜେଲ ଛକ, କଚେରୀ ଛକ ହୋଇ ମାଥୁରା ନଗର କୁ ପହଂଚିଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ