
ସମ୍ବଲପୁର, ୨୦ ଜାନୁଆରୀ(ହି.ସ.) – ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଫୁଲକୁସମ ଗ୍ରାମରେ ଆଜି ୪ ଟା ବେଳେ ଜଣେ ବାଇକ୍ ଚାଳକଙ୍କୁ ଏକ ସରକାରୀ ବସ କର୍ମଚାରୀ ମରଣାନ୍ତକ ଆକ୍ରମଣ କରିଛନ୍ତି କ୍ଷ େଏ୍ୱ ବାଇକ୍ ଚାଳକ ଜଣଙ୍କ ଗୁରୁତର ଅବସ୍ଥାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ପ୍ରତ୍ୟକ୍ଷଦର୍ଶୀ ଭାବେ ଫୁଲକୁସମ ଗ୍ରାମବାସୀଙ୍କ କହିବା ଅନୁସାରେ ଆଜି ୪ଟା ବେଳେ ଜମନକିରା ପଟୁ ନେଉଥିବା ସରକାରୀ ଲଷ୍ମୀ ବସ ଓ ବିପରୀତ ପକ୍ଷରୁ ଆସୁଥିବା ଗାଡିରେ ଦିପୁନ ପଟେଲ(୨୬)ଙ୍କ ମଧ୍ୟରେ କୋ?ଣସି କାରଣ ରୁ ବଚସା ଆରମ୍ବ ହୋଇଥିଲା। ଏହା ଆକ୍ଷେପ କରି ସରକାରୀ ବସ କର୍ମଚାରୀ ଜଣଙ୍କ ସମ୍ପୃକ୍ତ ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ଗୁରୁତର ଅବସ୍ଥାରେ ଛାଡି ଚାଲି ଯାଇଥିଲେ। ଉକ୍ତ ଯୁବକ ଜଣକ ସାଙ୍ଘାତିକ ଅବସ୍ଥାରେ ପ୍ରାଥମିକ ଚିକିତ୍ସା ପାଇଁ କୁଚିଣ୍ଡା ଡାକ୍ତରଖାନାକୁ ପଠା ଯାଇଥିଲା । ମାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ବୁର୍ଲା ମେଡ଼ିକାଲକୁ ରେଫର କରାଯାଇଛିକ୍ଷ ଏହି ଭଳି ବିଭିନ୍ନ ସମୟରେ ବସ କର୍ମଚାରୀଙ୍କ ଦାଦଗିରିକୁ ନେଇ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଉଛି କ୍ଷ ଏ ସମ୍ପର୍କ ରେ ଜମନକିରା ଥାନା ଅଧିକାରିଣୀ ପଦ୍ମାଳୟା ସାହୁଙ୍କୁ ପଚାରିବାରୁ ବର୍ତମାନ ପର୍ଯ୍ୟନ୍ତ କୌଣସି ଆମ ପାଖକୁ କୌଣସି ଅଭିଯୋଗ ଆସିନାହିଁ ବୋଲି ସଫେଇ ଦେଇଥିଲେ ମଧ୍ୟ ସ୍ଥାନୀୟ ଅଂଚଳରେ ଏହି ଘଟଣାକୁ ନେଇ ତୀବ୍ର ଜନ ଅସନ୍ତୋଷ ଦେଖାଦେଇଛି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ