ବାର୍ଷିକ ଉତ୍ସବ ଅନୁଷ୍ଠିତ
ଜୟପୁର, ୨୦ ଜାନୁଆରୀ(ହି.ସ.) – ଜୟପୁର ସରକାରୀ ପୌର ଉଚ୍ଚ ବିଦ୍ୟାଳୟ-୨ ଚନ୍ଦନବାଡ଼ ଜୟପୁରର ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲିପିକା ପାତ୍ରଙ୍କ ସଭାପତିତ୍ୱରେ ଅୟୋଜିତ କାର୍ଯ୍ୟକ୍ରମରେ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦନ କୁମାର ନାୟକ ମୁଖ୍ୟଅତିଥି ରୂପେ ଯୋଗଦେଇ
ବାର୍ଷିକ ଉତ୍ସବ ଅନୁଷ୍ଠିତ


ଜୟପୁର, ୨୦ ଜାନୁଆରୀ(ହି.ସ.) – ଜୟପୁର ସରକାରୀ ପୌର ଉଚ୍ଚ ବିଦ୍ୟାଳୟ-୨ ଚନ୍ଦନବାଡ଼ ଜୟପୁରର ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲିପିକା ପାତ୍ରଙ୍କ ସଭାପତିତ୍ୱରେ ଅୟୋଜିତ କାର୍ଯ୍ୟକ୍ରମରେ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦନ କୁମାର ନାୟକ ମୁଖ୍ୟଅତିଥି ରୂପେ ଯୋଗଦେଇ ଜାତୀୟ ଶିକ୍ଷା ନୀତିରେ ଶିକ୍ଷା ଦ୍ୱାରା ବଂଚିବାର କୌଶଳ ରହିଥିବା ବିଷୟକୁ ଉଲ୍ଲେଖ କରିବା ସହ ସେବାକାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ। ପ୍ରାକ୍ତନ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ପଣ୍ଡା ସମ୍ମାନିତ ଅତିଥି ରୂପେ ଯୋଗଦେଇ ଜୀବନରେ ଶୃଙ୍ଖଳାକୁ ଅବୋରିବା ପାଇଁ ମତ ଦେଇଥିଲେ। ଗୋଟିଏ ମଂଚରେ ଗୁରୁ ଶିଷ୍ୟ ଅତିଥି ହୋଇ ବସିବା ମୋ ପାଇଁ ଗର୍ବର ବିଷୟ ବୋଲି ମଧ୍ୟ ଶ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ। ଚନ୍ଦନବାଡ଼ ହାଇ ସ୍କୁଲ ଆଲୁମିନି ସଭାପତି ତଥା ସୁନାବେଡ଼ା ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ବିଦ୍ୟାଳୟର ଅତୀତର ଗୌରବମୟ ଇତିହାସ ସମ୍ବନ୍ଧରେ ମାର୍ଗଦର୍ଶନ କରିବା ସହ ମଣିଷପରି ମଣିଷଟିଏ ହେବା ପାଇଁ ଆହ୍ୱାନ କରିଥିଲେ। ସୁପ୍ରଭା ମହାକୁଡ଼ ପରିଚୟ ପ୍ରଦାନ କରିଥିବାବେଳେ ସୁସ୍ମିତା ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଗୌରୀ ପଣ୍ଡା ଓ ଛବିରାଣୀ ସାହୁ ପ୍ରମୁଖ ପୁରସ୍କାର କାର୍ଯ୍ୟକ୍ରମର ପରିଚାଳନା କରିଥିବାବେଳେ ଶ୍ରୀୟା ପଣ୍ଡାଙ୍କ ନେତୃତ୍ୱରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସୁଜିତ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସୁଚିସ୍ମିତା ଜେନା ଓ ସୀମା ଜୟଧର ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande