ଇଗ୍ନୋ କୁଳପତି ପ୍ରଫେସର ଉମା କାଞ୍ଜିଲାଲଙ୍କ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ରାଇରଙ୍ଗପୁର ପରିଦର୍ଶନ
ରାଇରଙ୍ଗପୁର, ୨୦ ଜାନୁଆରୀ (ହି.ସ.)- ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ବବିଦ୍ଯାଳୟ (ଇଗ୍ନୋ)ର କୁଳପତି ପ୍ରଫେସର ଉମା କାଞ୍ଜିଲାଲ ୧୯ ତାରିଖରେ ମୟୂରଭଞ୍ଜ ଜିଲ୍ଲାସ୍ଥିତ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ କୌଶଳ କେନ୍ଦ୍ର, ରାଇରଙ୍ଗପୁର ଆଧିକାରିକ ପରିଦର୍ଶନ ଓ ଆଲୋଚନା କରିଥିଲେ l କୁଳପତିଙ୍କ ଦ୍ବାରା ଏହ
ଇଗ୍ନୋ କୁଳପତି ପ୍ରଫେସର ଉମା କାଞ୍ଜିଲାଲଙ୍କ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ରାଇରଙ୍ଗପୁର ପରିଦର୍ଶନ


ରାଇରଙ୍ଗପୁର, ୨୦ ଜାନୁଆରୀ (ହି.ସ.)- ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ବବିଦ୍ଯାଳୟ (ଇଗ୍ନୋ)ର କୁଳପତି ପ୍ରଫେସର ଉମା କାଞ୍ଜିଲାଲ ୧୯ ତାରିଖରେ ମୟୂରଭଞ୍ଜ ଜିଲ୍ଲାସ୍ଥିତ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ କୌଶଳ କେନ୍ଦ୍ର, ରାଇରଙ୍ଗପୁର ଆଧିକାରିକ ପରିଦର୍ଶନ ଓ ଆଲୋଚନା କରିଥିଲେ l କୁଳପତିଙ୍କ ଦ୍ବାରା ଏହି ପରିଦର୍ଶନ ଓ ଆଲୋଚନା ଏହି ଅଞ୍ଚଳରେ ମୁକ୍ତ ଓ ଦୂରଶିକ୍ଷା ସହିତ କୌଶଳ ଉନ୍ନୟନ କାର୍ଯ୍ଯକ୍ରମକୁ ଅଧିକ ସୁୁଦୁଢ କରିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ରୂପେ ପରିଗଣିତ ହୋଇଛି l କୁଳପତି ଫ୍ରଫେସର ଉମା କାଞ୍ଜିଆଲ ଙ୍କ ସହ ଡାଇରେକ୍ଟର, ସ୍ପେସିଆଲ ପ୍ରୋଜେକ୍ଟ ଇଗ୍ନୋ ପ୍ରଫେସର ନୟନତାରା ପାଢୀ ମଧ୍ୟ ଉପସ୍ଥିତ ଥିଲେ l

ଦର୍ଶନ କାଳୀନେ କୁଳପତି ପ୍ରଫେସର ଉମା କାଞ୍ଜିଲାଲ ଆଞ୍ଚଳିକ କେନ୍ଦ୍ର ଓ କୌଶିକ କେନ୍ଦ୍ରର ଶିକ୍ଷାତ୍ମକ, ପ୍ରଶାସନିକ ଏବଂ ଢାଂଞ୍ଚାଗତ ବ୍ଯବସ୍ଥାଗୁଡିକର ସମୀକ୍ଷା କରିଥିଲେ l ସେ ଆଞ୍ଚଳିକ ନିର୍ଦ୍ଦେଶକ, ଶିକ୍ଷାକ ଶିକ୍ଷକ- ଶିକ୍ଷିକା, ଏକାଡେମିକ୍ ( ଶିକ୍ଷା ବିଦ୍ଯା ସମ୍ପର୍କୀୟ) କାଉନ୍ସେଲର ଏବଂ ଅନ୍ଯ କର୍ମଚାରୀମାନଙ୍କ ସହ ଆଲୋଚନା କରି, ଗ୍ରାମୀଣ, ଜନଜାତି ଓ ଦୁରଗମ ଅଞ୍ଚଳର ଶିକ୍ଷାର୍ଥୀମାନଙ୍କୁ ଉଚ୍ଚ ଶିକ୍ଷାର ସୁଯୋଗ ପହଞ୍ଚାଇବାରେ ଆଞ୍ଚଳିକ କେନ୍ଦ୍ର ଓ କୌଶିକ କେନ୍ଦ୍ର ର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିବ ବୋଲି ମତ ପ୍ରକାଶ କରିଥିଲେ l ଏହା ଇଗ୍ନୋର ସମାବେଶୀ ଶିକ୍ଷା ଲକ୍ଷ୍ଯ ସହ ସମ୍ପୂର୍ଣ୍ଣ ସମନ୍ବୟ ରଖେ l କୁଳପତି ପ୍ରଫେସର ଉମା କାଞ୍ଜିଲାଲ ଜାତୀୟ ଶିକ୍ଷାନୀତି - ୨୦୨୦ ଅନୁସାରେ କୌଶଳମୁଖୀ ଓ ନିଯୁକ୍ତି ଭିତ୍ତିକ ପାଠ୍ଯକ୍ରମ ପ୍ରଚାରରେ କୌଶଳ କେନ୍ଦ୍ର ର ଭୂମିକା ଉପରେ ଜୋର ଦେଇଥିଲେ l ସେ ଅଧିକ ଶିଳ୍ପ- ସମ୍ପର୍କିତ ସାଟିପିକେର୍ଟ ଓ ଡିପ୍ଲୋମା କାର୍ଯ୍ଯକ୍ରମ ଆରମ୍ଭ କରିବା ସହ ସ୍ଥାନୀୟ ପ୍ରତିଷ୍ଠାନ, ଶିଳ୍ପ ଏବଂ ସରକାରୀ ବିଭାଗମାନଙ୍କ ସହ ସହଯୋଗ ବୁଦ୍ଧି କରିବାକୁ ପରାମର୍ଣ ଦେଇଥିଲେ l

୧୯ ତାରିଖରେ କୁଳପତି ରାଇରଙ୍ଗପୁର ଉପଜିଲ୍ଲାପାଳ ( ଏସଡିଏମ)ଙ୍କ ସହ ଏକ ସୌଜନ୍ଯମୂଳକ ଆଲୋଚନା କରିଥିଲେ l ଆଲୋଚନାରେ ଶିକ୍ଷା, କୌଶିକ ଉନ୍ନୟନ, ଯୁବ ଓ ମହିଳା ସଶକ୍ତିକରଣ ଏବଂ ସରକାରୀ କର୍ମଚାରୀଙ୍କ କ୍ଷମତା ବୁଦ୍ଧି କ୍ଷେତ୍ର ରେ ଇଗ୍ନୋ ଓ ସ୍ଥାନୀୟ ପ୍ରଶାସନ ମଧ୍ଯରେ ସହଯୋଗ ସମ୍ଭାବନା ଉପରେ ଆଲୋଚନା ହୋଇଥିଲା l ଉପଜିଲ୍ଲା ମହୋଦୟ ଇଗ୍ନୋ କାର୍ଯ୍ଯକଳାପ ପାଇଁ ସମ୍ପର୍ଣ୍ଣ ପ୍ରଶାସନିକ ସହଯୋଗ ଦେବାକୁ ଆସ୍ବାଶନା ଦେଇଥିଲେ l ପରବର୍ତ୍ତୀ ଦିନ ୨୦ ଜାନଆରୀରେ କୁଳପତି ବାରିପଦା ଜିଲ୍ଲାପାଳ କାର୍ଯ୍ଯାଳୟକୁ ଯାଇ ଜିଲ୍ଲାପାଳଙ୍କ ସହ ବିସ୍ତୁତ ଆଲୋଚନା କରିବେ ବୋଲି ମତ ପ୍ରକାଶ କରିଥିଲେ l ଏଥିରେ ଜିଲ୍ଲା ସ୍ତରରେ ଶିକ୍ଷା, ଡିଜିଟାଲ ସାକ୍ଷରତା, ଉଦ୍ଯମିତା ବିକାଶ ଏବଂ ସମସ୍ତ ଅନ୍ଯାନ୍ଯ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତି ରହିବ ବୋଲି ଜଣାଇଥିଲେ l ଜିଲ୍ଲାପାଳ ଇଗ୍ନୋର ପ୍ରତିଷ୍ଠା ଏବଂ ପରିଚାଳନା ସମ୍ଭନ୍ଧୀୟ ସହାୟତା ପ୍ରଦାନ କରିବେ ବୋଲି ଆଶା ପ୍ରକାଶ କରିଥିଲେ l

କୁଳପତି ଏହି ଦର୍ଶନ ସମସ୍ତଙ୍କ ପାଇଁ ଶିକ୍ଷା ଲକ୍ଷ୍ଯ ପ୍ରତି ଇଗ୍ନୋ ର ଅଙ୍ଗୀକାରକୁ ପୁନଃ ସ୍ଥାପିତ କରିଥାଏ ଏବଂ ଏହା ମୟୂରଭଞ୍ଜ ଅଞ୍ଚଳରେ ଶିକ୍ଷା ଓ କୌଶିକ ଉନ୍ନୟନ କାର୍ଯ୍ଯକଳାପକୁ ନୂତନ ଦିଗ ଦେବ ବୋଲି ଆଶା କରାଯାଉଛି l

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande