କର୍ଣ୍ଣାଟକର ଡିଜିପି ରାମଚନ୍ଦ୍ର ରାଓଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ,ନିଲମ୍ବିତ
ବେଙ୍ଗାଲୁର, 20 ଜାନୁଆରୀ (ହି.ସ)-କର୍ଣ୍ଣାଟକ ସରକାର ରାଜ୍ୟ ନାଗରିକ ଅଧିକାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଡିଜିପି ରାମଚନ୍ଦ୍ର ରାଓଙ୍କ କଥିତ ଅଶ୍ଳିଳ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବାପରେ ତାଙ୍କୁ ନିଲମ୍ବିତ କରିଦିଆଯାଇଛି।ସରକାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେ
KR-DGP-Ramachandra-Rao-suspend


ବେଙ୍ଗାଲୁର, 20 ଜାନୁଆରୀ

(ହି.ସ)-କର୍ଣ୍ଣାଟକ ସରକାର ରାଜ୍ୟ ନାଗରିକ ଅଧିକାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଡିଜିପି

ରାମଚନ୍ଦ୍ର ରାଓଙ୍କ କଥିତ ଅଶ୍ଳିଳ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବାପରେ ତାଙ୍କୁ

ନିଲମ୍ବିତ କରିଦିଆଯାଇଛି।ସରକାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।କାଲି ରାମଚନ୍ଦ୍ର ରାଓ

10 ଦିନ ଛୁଟିରେ ଚାଲି ଯାଇଥିଲେ।ଏହି ଭିଡିଓରେ ସେ କଥିତ ଭାବରେ ଏକ ମହିଳାଙ୍କ ସହିତ ଆପତ୍ତିଜନକ

ଅବସ୍ଥାରେ ଦେଖିବାକୁ ମିଳିଛି।ଏହା ପୁର୍ବରୁ ଗୃହ ବିଭାଗ ଦୁବାଇରୁ ବେଆଇନ ଭାବରେ ସୁନା ଚୋରା

ଚାଲାଣ ଅଭିଯୋଗରେ ଗିରଫ ଅଭିନେତ୍ରୀ ରଣ୍ୟା ରାଓଙ୍କ ସାବତ ବାପା ରାମଚନ୍ଦ୍ର ରାଓ ବିମାନବନ୍ଦର

ପ୍ରୋଟୋକଲରେ ଭୁମିକା ବିଷୟରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande