ଭିଭି ଜିରାମଜୀ ଆଇନ ବିରୋଧରେ ଗାଁ ସ୍ତରରୁ ସୃଷ୍ଟି କରାଯିବ ଜନମତ
ଭୁବନେଶ୍ୱର, ୨୦ ଜାନୁୟାରୀ (ହି.ସ)- ମନରେଗା କେବଳ ଏକ ଆଇନ ନଥିଲା ଏହା ଗରିବ ଲୋକମାନଙ୍କର କାର୍ଯ୍ୟ କରିବାର ସାମ୍ବିଧାନିକ ଅଧିକାରକୁ ସୁରକ୍ଷା ଦେଉଥିଲା । ଏହି ଆଇନ ଯଦି ଫେରାଇ ନ ନିଆଯାଏ ଦେଶର ବହୁ କ୍ଷତି ଘଟିବ । ସମ୍ବିଧାନର ଧାରା ୩୯ଏ ୪୧ ଅନୁଯାୟୀ ସାଧାରଣ ଖଟିଖିଆ ମେହନତି ମଣିଷ ମାନଙ୍କର କାମ ଏ
ୁନହହଗଦଗ


ଭୁବନେଶ୍ୱର, ୨୦ ଜାନୁୟାରୀ (ହି.ସ)- ମନରେଗା କେବଳ ଏକ ଆଇନ ନଥିଲା ଏହା ଗରିବ ଲୋକମାନଙ୍କର କାର୍ଯ୍ୟ କରିବାର ସାମ୍ବିଧାନିକ ଅଧିକାରକୁ ସୁରକ୍ଷା ଦେଉଥିଲା । ଏହି ଆଇନ ଯଦି ଫେରାଇ ନ ନିଆଯାଏ ଦେଶର ବହୁ କ୍ଷତି ଘଟିବ । ସମ୍ବିଧାନର ଧାରା ୩୯ଏ ୪୧ ଅନୁଯାୟୀ ସାଧାରଣ ଖଟିଖିଆ ମେହନତି ମଣିଷ ମାନଙ୍କର କାମ ଏବଂ ରୋଜଗାରକୁ ସାବସ୍ଥ୍ୟ କରିଥାଏ । ତାହା ଆଜି ପଥଭ୍ରଷ୍ଟ । ଆଗାମୀ ଦିନରେ ଭିବି ଜିରାମଜୀ କଳା ଆଇନ ବିରୋଧରେ ଦେଶତମାମ ମନରେଗା ବଞ୍ଚାଅ ସମାବେଶ ସଂଗ୍ରାମ ଜାରି ରହିବ ବୋଲି ରାଜୀବ ଗାନ୍ଧୀ ପଞ୍ଚାୟତରାଜ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁନିଲ ପନୱାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଆରଜିପିଆରଏସର ଉପାଧ୍ୟକ୍ଷ କୁନାଲ ବାର୍ନାଜୀ ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ତୃଣମୂଳ ସ୍ତରକୁ ଯାଇ ଏହି କଳା ଆଇନ ବିରୋଧରେ ଜନଜାଗରଣ ସୃଷ୍ଟି କରିବା ସହିତ ସଂଗଠନକୁ ମଜବୁତ କରିବାପଇଁ କାର୍ଯ୍ୟ କରିବ ।

ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନ ରାଜ୍ୟ ଅଧ୍ୟକ୍ଷ ସୁଦର୍ଶନ ଦାସ କହିଥିଲେ ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ଏକ ଗାନ୍ଧୀବାଦୀ ଅହିଂସକ, ଶାନ୍ତିପ୍ରିୟ ସଂଗଠନ ଦୃଷ୍ଟିରୁ ସତ୍ୟାଗ୍ରହୀମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ନିନ୍ଦା ପ୍ରସ୍ତାବ ପାରିତ କରିଥିଲେ ଏବଂ ପ୍ରସ୍ତାବ ରଖିଥିଲେ କି ଏହି ସ୍ମାରକପତ୍ରକୁ ରାଜ୍ୟ ପାଳଙ୍କ ପରିବର୍ତ୍ତେ ମହାମହୀମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପଠାଯିବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande