ଖଡ଼ିଆଳ ଥାନାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ
ନୂଆପଡ଼ା, ୨୦ ଜାନୁଆରୀ (ହି.ସ.)- ନୂଆପଡା ଜିଲ୍ଲାର ଖଡ଼ିଆଳ ଥାନାରେ ନୂତନ ଥାନା ଅଧିକାରୀ ଭାବରେ ସୁମନ୍ତ କୁମାର ନାଏକ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି। ପୂର୍ବରୁ ଶ୍ରୀ ନାଏକ ନୂଆପଡା ଜିଲ୍ଲାର ବେଳଟୁକୁରି ଥାନାଧିକାରୀ ଭାବରେ କାର୍ଯ୍ୟ କରୁଥିଲେ। ଆଜି ଖଡ଼ିଆଳ ଥାନାଧିକାରୀ ଭାବରେ ସେ କାର୍ଯ୍ୟର
New IIC of Khariar Police station


ନୂଆପଡ଼ା, ୨୦ ଜାନୁଆରୀ (ହି.ସ.)- ନୂଆପଡା ଜିଲ୍ଲାର ଖଡ଼ିଆଳ ଥାନାରେ ନୂତନ ଥାନା ଅଧିକାରୀ ଭାବରେ ସୁମନ୍ତ କୁମାର ନାଏକ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି। ପୂର୍ବରୁ ଶ୍ରୀ ନାଏକ ନୂଆପଡା ଜିଲ୍ଲାର ବେଳଟୁକୁରି ଥାନାଧିକାରୀ ଭାବରେ କାର୍ଯ୍ୟ କରୁଥିଲେ। ଆଜି ଖଡ଼ିଆଳ ଥାନାଧିକାରୀ ଭାବରେ ସେ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଖଡ଼ିଆଳ ଥାନାଧିକାରୀ ଭାବରେ କାର୍ଯ୍ୟରତ ଦିଲ୍ଲିପ କୁମାର ସାହୁଙ୍କୁ ବେଲଟୁକୁରୀ ଥାନାଧିକାରୀ ଭାବରେ ବଦଳି କରାଯାଇଛି। ଖଡ଼ିଆଳ ଅଞ୍ଚଳର ସମସ୍ତଙ୍କ ସହଯୋଗରେ କାର୍ଯ୍ୟ କରିବେ ବୋଲି ନୂତନ ଥାନାଧିକାରୀ ଶ୍ରୀ ନାଏକ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande