ନୂତନ ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିକ୍ରମ ପଣ୍ଡାଙ୍କ ଯୋଗଦାନ
ବଲାଙ୍ଗିର, ୨୦ ଜାନୁଆରୀ (ହି.ସ.)- ବଲାଙ୍ଗିର ଜିଲ୍ଲାର ଶିଶୁ ସୁରକ୍ଷା ଅଧିକାରୀ ଭାବେ ବିକ୍ରମ ପଣ୍ଡା ଯୋଗଦାନ କରିଛନ୍ତି। ସେ ପୂର୍ବରୁ ଶିଶୁ ହେଲ୍ପ ଲାଇନ ବଲାଙ୍ଗୀରରେ ଜିଲ୍ଲା ସଂଯୋଜକ ଭାବେ କାମ କରିଥିଲେ। ତାଙ୍କର ଶିଶୁ ସୁରକ୍ଷା ଉପରେ କରିଥିବା କାମର ଅନୁଭୂତି ବେଶ୍ ଉପଯୋଗ ହୋଇପାରିବ ବୋଲି ଶ୍
ନୂତନ ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିକ୍ରମ ପଣ୍ଡା ଙ୍କ ଯୋଗଦାନ


ବଲାଙ୍ଗିର, ୨୦ ଜାନୁଆରୀ (ହି.ସ.)-

ବଲାଙ୍ଗିର ଜିଲ୍ଲାର ଶିଶୁ ସୁରକ୍ଷା ଅଧିକାରୀ ଭାବେ ବିକ୍ରମ ପଣ୍ଡା ଯୋଗଦାନ କରିଛନ୍ତି। ସେ ପୂର୍ବରୁ ଶିଶୁ ହେଲ୍ପ ଲାଇନ ବଲାଙ୍ଗୀରରେ ଜିଲ୍ଲା ସଂଯୋଜକ ଭାବେ କାମ କରିଥିଲେ। ତାଙ୍କର ଶିଶୁ ସୁରକ୍ଷା ଉପରେ କରିଥିବା କାମର ଅନୁଭୂତି ବେଶ୍ ଉପଯୋଗ ହୋଇପାରିବ ବୋଲି ଶ୍ରୀ ପଣ୍ଡା ଜଣାଇଛନ୍ତି। ଶିଶୁ ସୁରକ୍ଷା ଏକ ବଡ଼ ଦାୟିତ୍ଵ ହୋଇଥିବାରୁ ଜିଲ୍ଲାରେ ସାମାଜିକ କ୍ଷେତ୍ରରେ କାମ କରୁଥିବା ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନ ମାନଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ଜଣାଇଛନ୍ତି। ଆଗକୁ ବଲାଙ୍ଗିର ଜିଲ୍ଲା ପାଇଁ ଭଲ ଭାବରେ କାମ କରିବି ବୋଲି ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande