
ସମ୍ବଲପୁର, ୨୦ ଜାନୁଆରୀ(ହି.ସ.) – ସମ୍ବଲପୁରର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ପୃଥକ ପୃଥକ ଖାନତଲାସରେ ୭୯୦ ବୋତଲ ନିଶା କପ୍ ସିରଫ ଜବତ କରିବାସହିତ ଏଥିରେ ସମ୍ପୃକ୍ତ ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି। ଆଜି ସକାଳେ ଜିଲ୍ଲାର ଠେଲାକୋଳି ପୋଲିସ ଥାନା ଓ ରେଙ୍ଗାଲି ଅବକାରୀ ଥାନା ଅନ୍ତର୍ଗତ ଖିଣ୍ଡା ଗ୍ରାମରେ ଚଢ଼ାଉ କରାଯାଇଥିଲା। ଏଥିରେ ରିନୁ ସାହୁ(୪୩) ନାମ୍ନୀ ଜନୈକା ମହିଳାଠାରୁ୬୯୦ ବୋତଲ ନିଶା କପ୍ ସିରଫ ଜବତ କରାଯାଇଛି। ଅବକାରୀ ବିଭାଗର ଅଧିକାରୀ ମାନେ କୋଣସି ସୂତ୍ରରୁ ସୂଚନା ପାଇ ମହିଳାଙ୍କ ଘରୁ ଉକ୍ତ ସିରଫ୍ ଉଦ୍ଧାର କରିଥିଲେ। ଏନେଇ ଅବକାରୀ ଥାନାରେ ଏକ ଏନଡ଼ିପିଏସ୍ ମାମଲା ରୁଜୁ କରାଯାଇ ଅଭିଯୁକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଭାଗ ସୂତ୍ରରୁ ପ୍ରକାଶ।
ସେହିଭଳି ପୂର୍ବରୁ ବିଭାଗର ମୋବାଇଲ ୟୁନିଟ ପକ୍ଷରୁ ସ୍ଥାନୀୟ ଧନୁପାଲି ଥାନା ଅନ୍ତର୍ଗତଚାରଭାଟି ଅଂଚଳରେ ଚଢ଼ାଉ କରାଯାଇ ଭଗ ଓରାମ(୩୨) ଠାରୁ୧ ଶହ ବୋତଲ ନିଶା କପ୍ ସିରଫ୍ ଜବତ କରିବାସହିତ ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ